www.samajalive.in
Saturday, December 6, 2025
17.1 C
Bhubaneswar

ଫେସବୁକରେ ମାତୁଛନ୍ତି ସାଇବର ଠକ; ନିବେଶ ଜାଲରେ ପଡ଼ି ୩ କୋଟି ହରାଇଲେ ଦମ୍ପତି

ସମାଜ ଡିଜିଟାଲ ଡେସ୍କ: ବ୍ୟାଙ୍କ ଜମା ତୁଳନାରେ ଶେୟାର ବଜାରରେ ନିବେଶ କଲେ ଅଧିକ ଲାଭ ମିଳିଥାଏ। ତେଣୁ ଅନେକ ଲୋକ ଷ୍ଟକ ବଜାରରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ହେଲେ ଏହାର ଫାଇଦା ଉଠାଉଛନ୍ତି ସାଇବର ଠକ। ଫେସବୁକ, ହ୍ବାଟ୍ସଆପ, ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ମିଥ୍ୟା ବିଜ୍ଞାପନ ଦେଇ ଅଧିକ ଲାଭାଂଶ ଦେବା ଲାଗି ଲୋକଙ୍କୁ ନିବେଶ ପାଇଁ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଏହାର ଶିକାର ହୋଇଛନ୍ତି ଉତ୍ତରପ୍ରଦେଶର ଏକ ଦମ୍ପତି। ନିବେଶ ଜାଲରେ ପଡ଼ି ଏହି ଦମ୍ପତି ୩ କୋଟି ଟଙ୍କା ହରାଇଛନ୍ତି। ଘଟଣାଟି ଏହିପରି…

ନବନୀତା ମିଶ୍ର ନାମ୍ନୀ ଜଣେ ମହିଳା ଫେସବୁକରେ ଏକ ବିଜ୍ଞାପନ ଦେଖି ଶେୟାର ବଜାରରେ ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ। ଉକ୍ତ ବିଜ୍ଞାପନ ଅନୁସାରେ ସେ ଏବଂ ତାଙ୍କ ସ୍ଵାମୀ ଏକ ହ୍ବାଟ୍ସଆପ୍‌ ଗ୍ରୁପରେ ସାମିଲ ହୋଇଥିଲେ। ହ୍ବାଟ୍ସଆପ୍‌ ଗ୍ରୁପର ମୁଖ୍ୟ ପରିଚାଳକ(ସାଇବର ଠକ) କେଉଁ କମ୍ପାନୀରେ ଟଙ୍କା ନିବେଶ କଲେ ଭଲ ଲାଭ ମିଳିବ ସେ ସମ୍ପର୍କରେ ତଥ୍ୟ ଦେବା ପାଇଁ ଦମ୍ପତିଙ୍କୁ ବ୍ୟକ୍ତିଗତ ଭାବେ ମେସେଜ କରିବାକୁ କହିଥିଲେ। ପରେ ସେମାନେ ଉକ୍ତ ନମ୍ବରରେ ବ୍ୟକ୍ତିଗତ ଭାବେ ମେସେଜ କରି କଥା ହୋଇଥିଲେ।

- Advertisement -

ପରବର୍ତ୍ତୀ ସମୟରେ ଠକ ଜଣକ ସେମାନଙ୍କୁ ନିବେଶ ପାଇଁ ସହାୟତା ଲାଗି ମାସିକିଆ ୨ ହଜାର ଟଙ୍କାର ସବ୍‌ସ୍କ୍ରିପସନ ନେବାକୁ କହିଥିଲେ। ଏହା ପରେ ବିଭିନ୍ନ କମ୍ପାନୀର ଶେୟାର ଏବଂ ଆଇପିଓ କିଣିବାକୁ ଟଙ୍କା ପଠାଇବା ଲାଗି ବିଭିନ୍ନ ଆକାଉଣ୍ଟ ନମ୍ବର ଦେଇଥିଲେ। ଯେଉଁଥିରେ ଏହି ଦମ୍ପତି ଗତ ଜୁଲାଇ ମାସରୁ ଅଗଷ୍ଟ ମଧ୍ୟରେ ପର୍ଯ୍ୟାୟକ୍ରମେ ୩ କୋଟି ୧୦ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ। ସାଇବର ଠକ ଜଣକ ବିଶ୍ଵାସ ଜନ୍ମାଇବା ଲାଗି ଦମ୍ପତିଙ୍କୁ ସେବି ଦ୍ଵାରା ପଞ୍ଜୀକୃତ ନିଜ କମ୍ପାନୀର ତଥ୍ୟ ପ୍ରଦାନ କରିଥିଲେ। ଏହା ପରେ ଠକ ଜଣକ ଶେୟାର କିଣାଯିବା ସମ୍ପର୍କିତ ଟଙ୍କା ନେଣଦେଣର ତଥ୍ୟ ଏବଂ ସେଥିରୁ ମିଳିଥିବା ଲାଭ ବିଷୟରେ ବି  ଦମ୍ପତିଙ୍କୁ ତଥ୍ୟ ଦେଇଥିଲେ। ଦମ୍ପତି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଋଣ କରି ଟଙ୍କା ଦେଇଥିବାରୁ ତାହାର କିସ୍ତି ପାଇଁ ନିଜ ଶେୟାର ବିକ୍ରି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଶେୟାର ବିକ୍ରି କରିପାରି ନ ଥିଲେ। ତେଣୁ ସେମାନେ ହ୍ବାଟ୍ସଆପ ଗ୍ରୁପ ମୁଖ୍ୟଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ତାହା ହୋଇପାରି ନ ଥିଲା। ଶେଷରେ ସେମାନେ ସାଇବର ଠକଙ୍କ କବଳରେ ପଡ଼ିଥିବା ହୃଦବୋଧ କରି ଥାନାରେ ଏତଲା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories