ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ : ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟସିଦ୍ଧି ହେବ। ନୂତନ ନିଯୁକ୍ତି ପାଇବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ଯଶ, ମାନ, ଗୌରବ ମିଳିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କୁ ପୂଜା କରନ୍ତୁ।
ବୃଷ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ମଙ୍ଗଳବାର ଓ ବୁଧବାର ପରିଭ୍ରମଣ ଯୋଗ ସୃଷ୍ଟିହେବ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ବାକ୍‌ସଂଯମତା ରକ୍ଷା କରନ୍ତୁ। ଶନିବାର ଭାଗ୍ୟବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣ ପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ଆୟ ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର କର୍ମପ୍ରବଣତା ପ୍ରକାଶ ପାଇବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶନିବାର ଭ୍ରମଣଜନିତ କ୍ଳାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମଫଳ ପ୍ରାପ୍ତି ହେବ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ : ରବିବାର ଓ ସୋମବାର ଚିନ୍ତିତ ରହିବେ। ଯାତ୍ରାଜନିତ ଦୁର୍ଘଟଣାଗ୍ରସ୍ତ ହେବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟସିଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ଶନିବାର ପ୍ରତିଷ୍ଠାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତି କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ ଓ ବସ୍ତ୍ରଦାନ କରନ୍ତୁ।
ସିଂହ: ରବିବାର ଓ ସୋମବାର ଯାତ୍ରାଜନିତ କ୍ଳାନ୍ତି ଅନୁଭୂତ ହେବ। ମଙ୍ଗଳବାର ଓ ବୁଧବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଶନିବାର ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଓ ଅନ୍ନଦାନ କରନ୍ତୁ।
କନ୍ୟା : ରବିବାର ଓ ସୋମବାର ବନ୍ଧୁଙ୍କ ଆଗମନ ହେବ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାର ଓ ବୁଧବାର ପ୍ରସନ୍ନ ଚିତ୍ତ ହେବେ। ଗୁରୁବାର ଓ ଶୁକ୍ରବାର ଆଘାତ ପ୍ରାପ୍ତ ହେବେ। ଅର୍ଥବ୍ୟୟ ହେବ। ଶନିବାର ଦୂରଦେଶକୁ ଭ୍ରମଣ କରିବେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ପାଠ କରନ୍ତୁ।
ତୁଳା : ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଶନିବାର ନୂତନ ଦ୍ରବ୍ୟ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ପାରିବାରିକ ଶାନ୍ତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଝା : ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସଫଳତା ଲାଭ କରିବେ। ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସମସ୍ୟା ସମାଧାନ ପ୍ରୟାସ କରିବେ। ଗୁରୁବାର ଓ ଶୁକ୍ରବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବେ। ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ : ରବିବାର ଓ ସୋମବାର କାର୍ଯ୍ୟଦକ୍ଷତା ବୃଦ୍ଧିହେବ। ଶତ୍ରୁପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଅସୁବିଧାରେ ପଡ଼ିପାରନ୍ତି। ଗୁରୁବାର ଓ ଶୁକ୍ରବାର ଧୈର୍ଯ୍ୟବାନ ହେବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶନିବାର ନୂତନ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଷାଦଗ୍ରସ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ମନ୍ତ୍ର ପାଠ କରନ୍ତୁ।
ମକର : ରବିବାର ଓ ସୋମବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର ଯାତ୍ରା ସ୍ଥଗିତ ରଖିବା ଏକାନ୍ତ ଆବଶ୍ୟକ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶିବସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ : ରବିବାର ଓ ସୋମବାର ପାରିବାରିକ ଶାନ୍ତିଲାଭ ହେବ। ମଙ୍ଗଳବାର ଓ ବୁଧବାର ଯାନବାହନ ଜନିତ ତ୍ରୁଟି ଦେଖାଦେବ। ବ୍ୟୟ ଅଧିକ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କ୍ରିୟାଶୀଳ ହେବେ। ମାଲିମକଦ୍ଦମାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ କବଚ ପାଠ କରନ୍ତୁ।
ମୀନ : ରବିବାର ଓ ସୋମବାର ଅଧିକ ଆତ୍ମବିଶ୍ବାସ ଆପଣଙ୍କୁ ଅସୁବିଧାରେ ପକାଇବ। ମଙ୍ଗଳବାର ଓ ବୁଧବାର ସଫଳତା ପ୍ରାପ୍ତି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇ ଦେଇପାରେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

Comments are closed.