www.samajalive.in
Saturday, December 6, 2025
19.1 C
Bhubaneswar

ବିଲୁପ୍ତ ପ୍ରଜାତିର ଶାଗୁଣା ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତ ଟେଲାପାଲି ଗ୍ରାମ ନଦୀ ନିକଟରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର କରାଯାଇଛି । ସକାଳୁ ସକାଳୁ ଗାଁ ନିକଟରେ ଥିବା ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇଥିଲେ । ପକ୍ଷୀଟି ଗୋଟାଏ ଜାଗାରେ ବସି ରହିଥିବା ବେଳେ ଉଡି ପାରୁନଥିଲା । ଯୁବକମାନେ ପକ୍ଷୀ ନିକଟକୁ ଯାଇ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ଫିରିଙ୍ଗିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଥିଲେ । ପକ୍ଷୀଟି ଉଦ୍ଧାର ହୋଇଥିବା ନେଇ ବନ ବିଭାଗକୁ ଜଣାଇଥିବା ବେଳେ ପକ୍ଷୀଟି ବିରଳ ପ୍ରଜାତିର ଶାଗୁଣା ଏବଂ ଏହି ପ୍ରଜାତି ବିଲୁପ୍ତ ପ୍ରାୟ ବୋଲି ଜଣା ପଡିଥିଲା। ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ବନପାଳ ପ୍ରବୀଣ କୁମାର ଦାଶ, ବନରଖି ସୁଜିତ କୁମାର ପ୍ରଧାନ ଓ ବନ ବିଭାଗ ଟିମ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିବା ସହ ଏକ ଅଟୋରେ ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଥିବା ଜଣା ପଡିଛି ।

ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ କୌଣସି କାରଣ ବଶତଃ ଆଘାତ ରହିଛି। ତେଣୁ ତାକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିବା ଜଣା ପଡିଛି । ଅଧିକ ଚିକତ୍ସା ସହିତ ସୁରକ୍ଷା ପାଇଁ ବନ ବିଭାଗ ବରିଷ୍ଠ ଅଧିକାରୀ ମାନଙ୍କର ନିଷ୍ପତ୍ତି ପ୍ରକାରେ ନନ୍ଦନ କାନନରେ ଛାଡିଥିବା ବନବିଭାଗ ସୂତ୍ରରୁ ଜଣା ପଡିଛି। ଅନ୍ୟପଟେ ବିରଳ ପ୍ରଜାତିର ପକ୍ଷୀ ହୋଇଥିବାରୁ ଶତାଧିକ ଲୋକେ ପକ୍ଷୀଟିକୁ ଦେଖିବା ପାଇଁ ଧାଡି ଲମ୍ବୀଥିବା ଦେଖିବାକୁ ମିଳିଥିଲା। ବନ ବିଭାଗର ସୂଚନା ପ୍ରକାରେ , ଏହା ଏକ ବିଲୁପ୍ତ ପ୍ରାୟ ପକ୍ଷୀ, ଯାହାକି ୧୯୯୯ ମସିହା ମହାବାତ୍ୟା ପରେ ସାଧାରଣତଃ ଓଡ଼ିଶାରେ ଦେଖାଯାଉ ନାହାନ୍ତି। ତେବେ କିଭଳି ଭାବେ ପକ୍ଷୀଟି ଉକ୍ତ ଜଙ୍ଗଲକୁ ଆସିଥିଲା ତାହା ସଠିକ୍ ଭାବେ ଜଣାପଡ଼ିନଥିଲେ ମଧ୍ୟ ଆଉ ଅଛନ୍ତିକି ନାହିଁ ସେ ନେଇ ତଦାରଖ ଆରମ୍ଭ ହୋଇଥିବା ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories