www.samajalive.in
Sunday, December 7, 2025
15.1 C
Bhubaneswar

ନୀଳମଣି ସାମଲଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା

ଭୁବନେଶ୍ବର: ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ଆଜି କଟକ ବଡ ଡାକ୍ତର ଖାନରେ ଚିକିତ୍ଛାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀ ସମଲଙ୍କ ବିୟୋଗରେ ଉଚ୍ଚଶିକ୍ଷା, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶକ କରିଛନ୍ତି।

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ସାମଲଙ୍କ ନିଧନ ଖବର ପାଇ ଗଭୀର ମର୍ମାହତ । ରାଜ୍ୟ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀଙ୍କୁ ହରାଇଲା। ୧୦୧ ବର୍ଷିୟ ଶ୍ରୀ ସାମଲ ଯାଜପୁର ଜିଲାର ବାଲିପଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୪୨ ମସିହାରେ ସେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ବଡଚଣା ଓ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ସେ ଖ୍ୟାତନାମା ସ୍ୱାଧୀନତା ସଂଗ୍ରାମୀ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ତାଙ୍କୁ ବ୍ରିଟିଶମାନେ ୩ ବର୍ଷ ୬ ମାସ କଟକ ଜେଲରେ କାରାଗାରରେ ରଖିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ତାଙ୍କୁ କଟକ ବଡ ଡାକ୍ତରଖାନରେ ସାକ୍ଷାତ କରିବା ସହିତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସ୍ବର୍ଗତଃ ଆତ୍ମାର ସଦ୍ଗତିଃ ପାଇଁ ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

- Advertisement -

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, ନୀଳମଣି ସାମଲଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା। ନିଜର ଯୁବାବସ୍ଥାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍‌ ହୋଇ କାରାବରଣ କରିଥିଲେ। ଗାନ୍ଧିଜୀଙ୍କ ବକ୍ତବ୍ୟକୁ ନିଜର କାୟମନୋବାକ୍ୟରେ ପାଳନ କରୁଥିଲେ। ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସମିତି ସହିତ ୧୯୬୯ ମସିହାଠାରୁ ସେ ସମ୍ପୃକ୍ତ ରହିଥିଲେ। ଗୋଟିଏ ଏମିତି ସମୟ ଆସିଲା, ସିଏ ତାହାର ନେତୃତ୍ୱ ନେଇଥିଲେ ଓ ସଭାପତି ହୋଇଥିଲେ। ସଭାପତି ଥିବା ଅବସ୍ଥା ଆଜି ତାଙ୍କର ବିୟୋଗ ଘଟିଛି। ତାଙ୍କର ଅମର ଆତ୍ମା ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି। ଆଶା କରିବି ତାଙ୍କର ଜୀବନ ଆଦର୍ଶ ଆଜିର ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ମହତାବ କହିଛନ୍ତି।

ଶତାୟୁ ସ୍ବାଧିନତା ସଂଗ୍ରାମୀ ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ନୀଳମଣି ସାମଲଙ୍କ ପରଲୋକ ହୋଇଯାଇଛି। ନ୍ୟୁରସର୍ଜରୀ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଅଲ୍ ଓଡିଶା ସ୍ବାଧୀନତା ସଂଗ୍ରାମୀ ମହାସଂଘର ସଭାପତି ଥିଲେ। ଦୁଇଥର ରାଷ୍ଟ୍ରପତି ପୁରଷ୍କାର ପାଇଥିବା ନୀଳମଣି ସାମଲ ସ୍ୱାଧୀନତା ସଂଗ୍ରାମ ବେଳେ ୩ ବର୍ଷ କାରାଦଣ୍ଡ ଭୋଗିଥିଲେ। ତାଙ୍କ ବିୟୋଗରେ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟ, ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର, ଲେଖିକା ରଚିତା ମିଶ୍ର, ସମାଜସେବୀ ମୋହନ ମହାରଣା ସମେତ ଜିଲାର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories