ଫୁଲବାଣୀ:କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଶନିବାର ସକାଳୁ ଗୋଛାପଡା ଥାନା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ବିଭିନ୍ନ ଜାଗାରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଗୋଛାପଡା, ପକାରୀ, ବାଲନ୍ଦାପଡା, ଲୁଇସିଂ, ଡାଙ୍ଗେଣାମା, ତେତେଲପଡା, ସୁପଲା ସୁଟାଣିଘାଟି ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ତେବେ ପୋଷ୍ଟରଟି ମାଓ ବିରୋଧୀ ମଞ୍ଚ ପକ୍ଷରୁ ଲାଗିଥିବା ପୋଷ୍ଟରରେ ଉଲେଖ ରହୀଉୀ। ଏହି ପୋଷ୍ଟରରେ ଲୋକଙ୍କୁ ମାଓ ସଂଗଠନରେ ସାମିଲ ନହେବା ପାଇଁପରାମର୍ଶ ଦିଆଯାଇଛି। ମାଓବାଦୀମାନେ ସରଳ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ସଂଗଠନରେ ସାମିଲ କରୁଥିବା ଏବଂ ପରେ ସେମାନଙ୍କୁ ନିର୍ୟ୍ୟାତନା ଦେଉଥିବା କୁହାଯାଇଛି। ମାଓ ସଂଗଠନକୁ ବିକାଶର ବିରୋଧୀ ବୋଲି ମଧ୍ୟ ପୋଷ୍ଟରରେ କୁହାଯାଇଛି। ତେଣୁ ଏହି ସଂଗଠନ ବିରୋଧକୁ ସମର୍ଥନ ନ ଜଣାଇବା ପାଇଁ ସତର୍କ କରାଯାଇଛି। ତେବେ ଏହି ପୋଷ୍ଟର ସବୁ କିଏ ମାରିଛି, ସେ ସମ୍ପର୍କରେ କିଛି ଜଣାପଡି ନାହିଁ।
Popular Categories



