କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହେବା ଆଶା କରାଯାଏ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ବ୍ୟବସାୟ ଲାଭପ୍ରଦ ହେବ।
ବୃଷ: ମରଣଧର୍ମୀ କ୍ଷଣଭଙ୍ଗୁର ଶରୀର ପାଇଁ ଶାଶ୍ବତ ସତ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଭ୍ରାତୃତ୍ବର ନିବିଡ଼ ବନ୍ଧନ ଆପଣଙ୍କୁ ଠିକଣା ସମୟରେ ଶତ୍ରୁ କବଳରୁ ରକ୍ଷା କରିବ। ସୁସ୍ଥ ରହିବେ।
ମିଥୁନ: ଦୈବୀ ଶକ୍ତିସମ୍ପନ୍ନ କନ୍ୟା ପାଇଁ ଗର୍ବିତ ଓ ସମ୍ମାନିତ ହେବେ। ଯୁଦ୍ଧିଷ୍ଠିରଙ୍କ ପରି ସତ୍ୟ ଧର୍ମ ପରାୟଣ ହୋଇପାରନ୍ତି। କର୍ମନିଷ୍ଠା ଆପଣଙ୍କୁ ବିତ୍ତବାନ୍‌ କରାଇବ। ନିର୍ଭରଶୀଳଙ୍କୁ ସାହାଯ୍ୟ କରିବେ।
କର୍କଟ: ଉଦାରଚେତା, ଉଦାରଚରିତ, ଉଦାର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ ହୋଇପାରନ୍ତି। କୃଷକ ବନ୍ଧୁର ମର୍ଯ୍ୟାଦା ପାଇବେ।
ସିଂହ: ପରର ଶୁଭକାମନା ରୂପକ ମାନବୋଚିତ କାର୍ଯ୍ୟ ଆପଣଙ୍କ ଦ୍ବାରା ସମ୍ପାଦିତ ହେବ। ନିଷ୍କାମ କର୍ମ ଭଳି ସଚ୍ଚା ଯୋଗାସନରେ ଆରୁଢ଼ ହୋଇପାରନ୍ତି। ସର୍ବଦର୍ଶୀ ହେବେ। କାର୍ଯ୍ୟକଳାପ ପ୍ରଜ୍ଞାର ଉନ୍ମେଷ ହେବ।
କନ୍ୟା: ଦାନଧର୍ମ ଓ ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। କର୍ତ୍ତବ୍ୟ ନିଷ୍ଠାରୁ ଧନାଗମର ସୂଚନା ମିଳୁଛି। ସନ୍ମାର୍ଗୀ ଥିବାରୁ ଅମୃତର ସନ୍ଧାନ ମିଳିବ।
ତୁଳା: ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ମାମଲାର ବିଚାରାଧାରା ଆପଣଙ୍କ ସପକ୍ଷରେ ଯାଇପାରେ। ସୁସ୍ଥ ରହିବେ।
ବିଛା: ଏକାନ୍ତ କୃଚ୍ଛ୍ର ସାଧନା ଫଳବତୀ ହେବ। ସତ୍‌ମାର୍ଗରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ସତ୍‌ପାତ୍ରରେ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ।
ଧନୁ: ଜ୍ଞାନୀଭାବେ ଆପଣ ଶ୍ରେୟକୁ ଗ୍ରହଣ କରି ହେୟକୁ ପରିତ୍ୟାଗ କରିପାରନ୍ତି। ସ୍ବାର୍ଥ ସୀମିତ ହେବା ବାଞ୍ଛନୀୟ। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରି ହେବ। ସମ୍ମାନ ପ୍ରାପ୍ତ କରିପାରନ୍ତି।
ମକର: ଆତ୍ମସଂଯମ ଦ୍ବାରା ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟାଇ ପାରନ୍ତି। ଜ୍ଞାନାଲୋକରେ ଘୋଟି ଆସୁଥିବା ଅମା ଅନ୍ଧକାରକୁ ଆଲୋକିତ କରିବେ। ଶିକ୍ଷା ଧର୍ମରେ ଦୀକ୍ଷିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କୁମ୍ଭ: କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ମହନୀୟ କର୍ମସମୂହ ଶ୍ରେଷ୍ଠାସନ ଦେଇପାରେ। ଏକାନ୍ତରେ ଶୂନ୍ୟ ପୁରୁଷକୁ ଉପାସନା କରି ଦିବ୍ୟ ଜ୍ଞାନପ୍ରାପ୍ତ ହେବେ। ସୁସ୍ଥ ରହିବେ।
ମୀନ: ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ନୀତିହୀନ ମନ୍ତବ୍ୟ ଦେଲେ ଚର୍ଚ୍ଚାରେ ଅନାଦର ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

Comments are closed.