କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବୌଦ୍ଧ : ବୌଦ୍ଧ ଜଳସମ୍ପଦ ବିଭାଜନର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କରିଛନ୍ତି । ସରକାରୀ କ୍ୱାର୍ଟର ଭିତରୁ ପଙ୍ଖା ରେ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ ପ୍ରଦୀପ କୁମାର ଘୋଷ ବୌଦ୍ଧ ଜଳ ସମ୍ପଦ ବିଭାଜନ ରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ବୁଧବାର ମଧ୍ୟାହ୍ନରେ ସେ ନିଜର ଅଫିସ କାମ ପରେ ଖାଇ ସାରି କ୍ୱାର୍ଟରକୁ ଫେରିଥିଲେ । ଅପରାହ୍ନ ପରେ ସେ ଆଉ ଘରୁ ବାହାରି ନଥିଲେ । ରାତ୍ରୀ ପର୍ଯ୍ୟନ୍ତ ଯନ୍ତ୍ରୀ ଙ୍କ ଦେଖା ନମିଳିବାରୁ ତାଙ୍କ ଅଫିସ କର୍ମଚାରୀମାନେ ଘରକୁ ଯାଇ ଦେଖିବା ପରେ ଭିତର ପଟରୁ କବାଟ ବନ୍ଦ ଥିଲା । ଅନେକ ଡାକିବା ପରେ ମଧ୍ୟ କବାଟ ନଖୋଲିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଦୁଇଜଣ କର୍ମଚାରୀ ଘର୍ ପଛପଟ କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିବା ପରେ ଯନ୍ତ୍ରୀ ପ୍ରଦୀପ ଙ୍କ ଶବ ପଙ୍ଖା ରେ ଝୁଲୁଥିଲା । ତୁରନ୍ତ ଏ ସମ୍ପର୍କରେ ପୁଲିସ୍କୁ ସୂଚନା ଦିଆଯିବା ପରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି । ପ୍ରଦୀପ ଙ୍କ ଘର ବାରିପଦା ଓ ସେ ଅବିବାହିତ ଥିଲେ । ଏବଂ ବୌଦ୍ଧ ଇରିଗେଶନ କଲୋନୀ ର ଏକ ସରକାରୀ କ୍ୱାର୍ଟର ରେ ଏକୁଟିଆ ରହୁଥିଲେ । ତେବେ ମାନସିକ ବିକୃତି କାରଣ ରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
Comments are closed.