ନୂତନ ପ୍ରଜାତିର ହେଡ୍ ସିଲଡ଼ ସ୍ଲଗ ମେଲାନୋକ୍ଲାମାଇସ ମାଛ ଠାବ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ମାଛର ନାମ ରଖାଗଲା  ଦ୍ରୌପଦୀ

ଗୋପାଳପୁର:  ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଏକ ନୂତନ ପ୍ରଜାତିର ହେଡ୍ ସିଲଡ଼ ସ୍ଲଗ ମେଲାନୋକ୍ଲାମାଇସ ଦ୍ରୌପଦୀ ଠାବ କରାଯାଇଛି। ଏହି ନୂତନ ପ୍ରଜାତି ର ମାଛ କୁ ଦିଘା ବେଳାଭୂମି ରହସ୍ପିଟାଲ ଘାଟ ଏବଂ ଉଦୟପୁର ବେଳାଭୂମି ନିକଟବର୍ତ୍ତୀ ସ୍ଥାନରୁ ସାମୁଦ୍ରିକ ଆକ୍ୱାରିୟମ୍ ଏବଂ ଆଞ୍ଚଳିକ କେନ୍ଦ୍ର, ଭାରତୀୟ ପ୍ରାଣୀ ସର୍ବେକ୍ଷଣ, ଦିଘା ର ବୈଜ୍ଞାନିକ ଡ ପ୍ରସାଦ ଚନ୍ଦ୍ର ଟୁଡୁଙ୍କ ଦ୍ବାରା ସଂଗ୍ରହ କରାଯାଇଥିଲା।
ଭାରତୀୟ ପ୍ରାଣୀ ସର୍ବେକ୍ଷଣ ର ନିର୍ଦେଶକ ଡ଼ ଧ୍ରୀତି ବାନାର୍ଜୀ କହିଛନ୍ତି ଯେ ଏହାର ନାମକରଣ ଭାରତର ୧୫ ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସମ୍ମାନାର୍ଥେ ଦିଆଯାଇଛି। ଏହି ପ୍ରଜାତି କୁ ନୂତନ ପ୍ରଜାତି ରୂପେ ଉଭୟ ବାହ୍ୟ-ଆଭ୍ୟନ୍ତରୀଣ ପ୍ରକାର ଭେଦ ଏବଂ ବଂଶାନୁକ୍ରମିକ ତଥ୍ୟର ପରୀକ୍ଷା ନିରୀକ୍ଷା କରାଯାଇ ନିଶ୍ଚିତ କରା ଯାଇଛି। ଏହି ମାଛ ବାଲୁକା ଉପକୂଳ ବର୍ତ୍ତୀ ସମୁଦ୍ର ବେଳାଭୂମି ନିକଟରେ ହିଁ ଦେଖା ଯାଆନ୍ତି।
ବୈଜ୍ଞାନିକ ଡ଼ ପି. ସି. ଟୁଡୁ ଏବଂ ଡ଼ ଅନିଲ ମହାପାତ୍ରଙ୍କ ସୂଚନା ଅନୁସାରେ ଏହି ମାଛ ଟି ଏକ ଅମେରୁଦଣ୍ଡୀ ପ୍ରାଣୀ ଯାହାର ସର୍ବାଧିକ ଲମ୍ବ ୭ ମିମି ପର୍ଯ୍ୟନ୍ତ ହୋଥାଏ। ସାଧାରଣତଃ ଏମାନେ ବାଲୁକା କୂଳରେ ଯିବା ଆସିବା ବେଳେ ସେମାନଙ୍କ ପଛରେ ଶରୀରର ଚିହ୍ନ ଛାଡିଥାନ୍ତି। ଏହାର ରଙ୍ଗ ଫିକା କଳା ଅଟେ। ଏହାର ଉପର ବାମ ପାର୍ଶ୍ୱରେ ଲାଲ ଦାଗ ରହିଛି।  ଦୁଇଟି ଲମ୍ବା ଏବଂ ଚଉଡା କଡାଲ୍ ଲୋବ୍ ପଛ ଭାଗରେ ସମାନ ଆକାରର ମଧ୍ୟ ରହିଛି | ପାରାପୋଡିଆ ଅପେକ୍ଷାକୃତ ଅନ୍ୟ ପ୍ରଜାତି ଙ୍କ ଠାରୁ କମ୍ ଦୈର୍ଘ୍ୟ ବିଶିଷ୍ଟ ଏବଂ ଅଲଗା ପ୍ରକାରର। ଉପର ଶେଲ୍ ଟି ରଙ୍ଗରେ ଧଳା। ଏସବୁ ବାହ୍ୟ ଭିନ୍ନତା କୁ ଗବେଷଣା କରିବା ସହ ମଧ୍ୟ ଏହାର ଡ଼ି. ଏନ.ଏ. ପରୀକ୍ଷା ଗୋପାଳପୁର ଠାରେ ଥିବା ଇଶଚୁଆରାଇନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରରେ କରାଯିବା ପରେ ଏହା ନିଶ୍ଚିନ୍ତ କରା ଯାଇଥିଲା ଯେ ଏହା ସମ ପ୍ରଜାତି ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ। ଏହି ପ୍ରଜାତି ଗୁଡିକ ସାଧାରଣତଃ ନଭେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ପ୍ରଜନନ କରିଥାନ୍ତି ।
ଏହି ସମ୍ପୂର୍ଣ୍ଣ ଗବେଷଣା ରେ ମିଳିତ ଭାବେ ବୈଜ୍ଞାନିକ ଡ ପି. ସି ଟୁଡୁ, ଡ଼ ଅନିଲ ମହାପାତ୍ର, ଗବେଷକ ଡ଼ ଶେଖ ସାଜନ ଏବଂ ସ୍ମୃତିରେଖା ଆଚାର୍ଯ୍ୟ କାର୍ଯ୍ୟ କରିଥିଲେ। ଏହି ପ୍ରକାରର ନମୁନା ଗୁଡିକୁ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ର ଦୁଇଟି ଆଞ୍ଚଳିକ କେନ୍ଦ୍ର (ସାମୁଦ୍ରିକ ଆକ୍ୱାରିୟମ୍ ଆଞ୍ଚଳିକ କେନ୍ଦ୍ର, ଦିଘା ଏବଂ  ଇଶଚୁଆରାଇନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ର, ଗୋପାଳପୁର) ର  ଜାତୀୟ ସଂଗ୍ରାହାଳୟ ରେ ରଖା ଯାଇଛି ।
ଏହା ପଶ୍ଚିମବଙ୍ଗ ଉପକୂଳ ଏବଂ ଓଡିଶା ଉପକୂଳ ର ସୀମାନ୍ତ ଅଞ୍ଚଳ ରେ ସାଧାରଣତଃ ଦେଖା ଯାଉଛି। ଏହି ଅନୁସନ୍ଧାନ ର ସବିଶେଷ ବିବରଣୀ  ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଜର୍ନାଲ୍, ମୋଲୁସକାନ ରିସର୍ଚ୍ଚରେ ପ୍ରକାଶିତ ହୋଇଥିଲା ଯାହା ମାଲାକୋଲୋଜିକାଲ୍ ସୋସାଇଟି ଅଫ୍ ଅଷ୍ଟ୍ରେଲସିଆ ଏବଂ ସୋସାଇଟି ଫର ଷ୍ଟଡି ଅଫ୍ ମୋଲୁସକାନ ବିବିଧତା ଏବଂ ଏହା ଇଂଲଣ୍ଡର ଟେଲର ଆଣ୍ଡ ଫ୍ରାନ୍ସିସ୍ ଦ୍ୱାରା ପ୍ରକାଶିତ ହୋଇଥିଲା।  ଏହି ନୂତନ ପ୍ରଜାତି କୁ ମିଶାଇ ର ୧୮ ଟି ପ୍ରଜାତି ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଏବଂ ଏହି ସମ ପ୍ରଜାତିଗୁଡିକ ସାଧାରଣତଃ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ରେ ଦୃଷ୍ଟି ଗୋଚର ହୋଇଥାନ୍ତି । ଥାଇଲ୍ୟାଣ୍ଡ ଗଲ୍ଫରୁ ମେଲାନୋକ୍ଲାମିସ୍ ପପିଲାଟା ପରେ ଏହା ହେଉଛି ତୃତୀୟ ଟ୍ରପିକାଲ୍ ପ୍ରଜାତି  ବୋଲି ଜଣାପଡିଛି।

Comments are closed.