www.samajalive.in
Friday, December 5, 2025
20.1 C
Bhubaneswar

ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ-ଆଦିମ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ସହ କରିବେ ବାର୍ତ୍ତାଳାପ

କେନ୍ଦୁଝରଗଡ:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଠାରୁ ୪ଦିନିଆ ଓଡିଶା ଗସ୍ତରେ ଥିବାବେଳେ ଗସ୍ତ ଦ୍ୱିତୀୟ ଦିବସରେ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗୁରୁବା ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଆସି ରାଇସୁଆଁ ବିମାନବନ୍ଦରରେ ପୂର୍ବାହ୍ନ ୧୦ଟା ୪୦ମି.ରେ ପହଞ୍ଚିବା ପରେ ସେଠାରୁ ସେ କାର ଯୋଗେ ବାଂଶପାଳ ବ୍ଲକ ଗୋନାସିକା ଅଭିମୁଖେ ଯାତ୍ରା କରି ମଧ୍ୟାହ୍ନ ୧୨ଟାରେ ପହଞ୍ଚିବେ।

ସେଠାରେ ରାଷ୍ଟ୍ରପତିଙ୍କୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପକ୍ଷରୁ ପାରମ୍ପରିକ ନୃତ୍ୟଗୀତରେ ପାଛୋଟି ଆଣିବା ପରେ କଦଳିବାଡି ଗ୍ରାମର ଆଦିମ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ କେନ୍ଦୁଝର ଅଭିମୁଖେ ଆସି ଅପରାହ୍ନ ୧ଟା ୪୦ମି.ରେ ସର୍କିଟ୍‍ହାଉସ୍‍ ଠାରେ ପହଞ୍ଚି ମଧ୍ୟାହ୍ନଭୋଜନ ସାରିବା ପରେ ଅପରାହ୍ନ ୨ଟା ୫୦ମି.ରେ ଧରଣୀଧର ବିଶ୍ୱବିଦ୍ୟାଳୟ ଉତ୍ତର ପରିସର ଅଭିମୁଖେ ବାହାରି ସେଠାରେ ଅପରାହ୍ନ ୩ଟାରେ ପହଞ୍ଚିବା ପରେ ମହାନ ସ୍ୱାଧିନତା ସଂଗ୍ରାମୀ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

- Advertisement -

ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ‘କେନ୍ଦୁଝରର ଜନ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ପାଠଚକ୍ର ଓ ଜନଜାତି ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ତଥା ଧରଣୀଧର ବିଶ୍ୱବିଦ୍ୟାଳୟର କୁଳାଧିପତି ରଘୁବର ଦାସ ଓ ଓଡିଶା ସରକାରଙ୍କ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଅତିôତ ଭାବେ ଯୋଗଦେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ କିଭଳି ସୁଚାରୁରୂପେ ସମ୍ପର୍ଣ୍ଣ ହେବ ସେ ନେଇ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି ବୁଧବାର  କେନ୍ଦୁଝରରେ ପହଞ୍ଚି ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କିିତ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ବିଶାଲ ସିଂହଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ଏହାପରେ ଅପରାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ପୃଷ୍ଟି ଧରଣୀଧର ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କିିତ ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କମିଶନର ଶ୍ରୀ ପୃଷ୍ଟିଙ୍କୁ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଅବଗତ କରାଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories