କେମିତି କଟିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ରାଜସେବାରୁ ଲାଭବାନ୍‌ ହେବେ। ​‌ଦେଶର ଭବିଷ୍ୟ ପିଢ଼ି ଗଠନ ମନୋବୃତ୍ତିର ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ହେତୁ ଧନ ବୃଦ୍ଧି ହେବ। ଦେଶାନ୍ତରରୁ ଲାଭବାନ୍‌ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।
ବୃଷ:ସାଧୁ ସେବାରେ ବ୍ରତୀ ହୋଇପାରନ୍ତି। ଦେବ କାର୍ଯ୍ୟ ସମ୍ପାଦନ କରିବାରେ ଆଗ୍ରହୀ ହେବେ। ବ୍ରାହ୍ମଣମାନଙ୍କର ପ୍ରୀତିକାରୀ ହେବେ। ଜନସାଧାରଣଙ୍କ ଆସ୍ଥାଭାଜନ ହେବେ। ସୁଖୀ ହେବେ।
ମିଥୁନ: ଅତିଥିମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସସ୍ତ୍ରୀକ ଗୁରୁଙ୍କ ପଦାଙ୍କ ଅନୁସରଣ କରିପାରନ୍ତି। ଧର୍ମଦଣ୍ଡଧାରୀ ହେବେ।
କର୍କଟ: ଜଳ ଦୋଷରୁ ଅସୁସ୍ଥତା ଅନୁଭବ କରିପାରନ୍ତି। କୀଟ, ପତଙ୍ଗଙ୍କୁ ଦୂର କରି ନିଜ ସ୍ବାସ୍ଥ୍ୟ ରକ୍ଷା ପାଇଁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ନିର୍ଭୀକ ନ ହୋଇ ପରାଶ୍ରିତ ହେବେ। ଅଚିହ୍ନା ବିଦେଶୀ ସଙ୍ଗ ପରିତ୍ୟାଗ କରିବେ।
ସିଂହ: ପତ୍ନୀଙ୍କ ଅର୍ଜିତ ଧନ ଭୋଗ କରିବାର ସୂଚନା ମିଳୁଛି। ଉଭୟେ ସେବା ମନୋଭାବର ହେବେ। ବାତ୍ସଲ୍ୟ ରସର ମଧୁରତା ଆପଣଙ୍କ ଜୀବନକୁ ଧନ୍ୟ କରିପାରେ। ଜଣେ ମହାମାନ୍ୟ ବ୍ୟକ୍ତି ହୋଇପାରନ୍ତି।
କନ୍ୟା: କନ୍ୟାମାନଙ୍କର ଭକ୍ତି, ସ୍ନେହ, ମମତାରେ ଅନୁବନ୍ଧିତ ହୋଇପାରନ୍ତି। ଅଜାତଶତ୍ରୁର ପରିଚୟ ସୃଷ୍ଟି କରିପାରନ୍ତି। ଯଥାର୍ଥବାଦୀ ଓ ସୁପରାମର୍ଶଦାତା ଭାବେ ପ୍ରତ୍ୟେକ କ୍ଷେତ୍ରରେ ପୂଜ୍ୟ ହେବେ।
ତୁଳା : ସନ୍ତାନମାନେ ସୁଶୀଳ ଓ ମନୋହରକାନ୍ତି ସମ୍ପନ୍ନ ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଦ୍ବିଜ, ଗରୁ, ଭକ୍ତ ହେବେ। ରଚନାବଳୀ ଓ ଉପସ୍ଥାପନା ମଧୁରମୟ ହେବ।
ବିଛା: ଜଳଦ ପଦାର୍ଥ ପ୍ରତି ଆଗ୍ରହୀ ହେବେ। ବୁଲା ବ୍ୟବସାୟ ଓ ଗ୍ରାହକ ସେବାରୁ ଧନ ପ୍ରାପ୍ତ ହେବେ। ଅନୁଗତ ଓ ଅଧସ୍ତନମାନଙ୍କର ବିଶ୍ବାସଭାଜନ ହେବେ। ହିଂସାକାରୀମାନେ ଶରଣାଗତ ହୋଇପାରନ୍ତି।
ଧନୁ: ଶୁର ଓ ଧନବାନ୍‌ମାନଙ୍କର ପ୍ରିୟପାତ୍ର ହେବେ। ଧର୍ମଜ୍ଞ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ଆନମନା ହେବେ। ରାଜସେବକ ହୋଇପାରନ୍ତି। କୃପାକାରୀଙ୍କ ସହିତ ମିତ୍ରତା ସ୍ଥାପନ କରିବେ।
ମକର: ବହୁ ଉପାୟରେ ଧନ ଲାଭ କରିବାରେ ପାରଙ୍ଗମ ହେବେ। ଧନ ଲାଭ ପାଇଁ ଦାନ, ଦଣ୍ଡ, ଭେଦ ସବୁ ନୀତି ଅବଲମ୍ବନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
କୁମ୍ଭ: ବେଦ ପଥାବଲମ୍ବୀ ହୋଇପାରନ୍ତି। ସେବା ପରାୟଣ ଓ ନୀତିନିଷ୍ଠ ହେବେ। ଯଶସ୍ବୀ ହେବେ। ମା’ ଜଣେ ବୀରକର୍ମା ହେବେ। ପବିତ୍ର ଆଚରଣ, କର୍ମନିଷ୍ଠ ଓ କର୍ତ୍ତବ୍ୟ ନିର୍ବାହ କରି ଧାର୍ମିକ ହେବେ।
ମୀନ: କୁସଙ୍ଗ ତ୍ୟାଗୀ ହୋଇପାରନ୍ତି। ଅହଂଭାବକୁ ବିସର୍ଜିତ କରି ପରୋପକାରୀ ହେବେ। ଭୋଜନ, ଜଳପାନ ରୁଚିକର ହେବ। ପରିବାର ପରିଚାଳନାରେ ଧନ ବ୍ୟୟ କରିବାକୁ ବାଧ୍ୟ ହେବେ।

Comments are closed.