www.samajalive.in
Monday, December 15, 2025
26.1 C
Bhubaneswar

ସୋମବାର ଆସ୍ଥା ଭୋଟ୍‌ ଲୋଡ଼ିବେ ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ। ଏଥିପାଇଁ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ସମସ୍ତ ଜେଡିୟୁ ବିଧାୟକଙ୍କୁ ହ୍ବିପ୍ ଜାରି କରାଯାଇଛି। ଶନିବାର ଜେଡିୟୁ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଦ୍ବାରା ଆୟୋଜିତ ଦଳୀୟ ଉତ୍ସବରେ ୫ ଜଣ ଜେଡିୟୁ ବିଧାୟକ ଅନୁପସ୍ଥିତ ରହିଥିବାରୁ ଏଭଳି ହୁଇପ୍‌ ଜାରି କରାଯାଇଛି। ଅପରପକ୍ଷରେ ଘୋଡା ବେପାର ଆଶଙ୍କା କରି ବିରୋଧୀ ଆରଜେଡି ବିଧାୟକଙ୍କୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ପାଟନାସ୍ଥିତ ଫାର୍ମହାଉସରେ ରଖାଯାଇଛି। ଆସ୍ଥା ଭୋଟରେ ଜିତିବାକୁ ହେଲେ ବିହାର ବିଧାନସଭାର ୨୪୩ ବିଧାୟକଙ୍କ ମଧ୍ୟରୁ ୧୨୩ ବିଧାୟକଙ୍କ ସମର୍ଥନ ଜରୁରୀ। ବର୍ତ୍ତମାନ ଜେଡିୟୁ ନେତୃତ୍ବାଧୀନ ମେଣ୍ଟ ସରକାରରେ ବିଜେପିର ୭୮, ଜେଡିୟୁର ୪୫, ହାମ୍‌ (ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା)ର ୪ ଏବଂ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି। ଅର୍ଥାତ୍‌ ମେଣ୍ଟ ସପକ୍ଷରେ ୧୨୮ ବିଧାୟକ ରହିଛନ୍ତି। ଅପରପକ୍ଷରେ ବିରୋଧୀ ଶିବିର (ମହାମେଣ୍ଟ)ରେ ଆରଜେଡିର ୧୧୫ ବିଧାୟକଙ୍କ ସମର୍ଥନ ରହିଛି। ଏମାନଙ୍କ ମଧ୍ୟରେ ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମ୍‌ର ୧୨ ଓ ଅନ୍ୟ ଦଳର ୫ ବିଧାୟକ ଅଛନ୍ତି। ଯଦି ସରକାରୀ ମେଣ୍ଟରୁ ଅତିକମରେ ୭ ବିଧାୟକ କ୍ରସ୍‌ ଭୋଟିଂ କରନ୍ତି କିମ୍ବା ଭୋଟଦାନରୁ ବିରତ ରହିବେ, ତେବେ ନୀତୀଶଙ୍କ ସରକାର ବିପଦରେ ପଡିବା ଆଶଙ୍କା ରହିଛି। ସୂଚନାଯୋଗ୍ୟ ଗତ ଜାନୁଆରୀ ୨୮ରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାଫଳରେ ମହାମେଣ୍ଟ ସରକାର (ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ) ଭାଙ୍ଗିଯାଇଥିଲା। ଉକ୍ତଦିନ ବିଜେପି ସହ ମେଣ୍ଟ କରି ନୀତୀଶ ରେକର୍ଡ ନବମ ଥର ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories