ତୃଣମୂଳ-ବିଜେପି କର୍ମୀ ମୁହାଁମୁହିଁ, ଜଣେ ମୃତ

0

କୋଲକତା : ପଶ୍ଚିମବଙ୍ଗ ପଞ୍ଚାୟନ ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀପତ୍ର ଦାଖଲ ବେଳେ ବୀରଭୂମଠାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷ ମଧ୍ୟରେ ହିଂସା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତ ଶୈଖ୍‌ ଦିଲଦାର ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସାଧାରଣ ସମ୍ପାଦକ ବୋଲି ଦଳୀୟ ନେତା କହୁଥିବା ବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ମୃତ ଦିଲଦାର୍‌ ତୃଣମୂଳର ସମର୍ଥକ ଏବଂ ବିଜେପି ନେତାଙ୍କ ଇଙ୍ଗିତରେ ଝାଡ଼ଖଣ୍ଡର କିଛି ଲୋକ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଦଳୀୟ ନେତା ଅଭିଯୋଗ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୁରି ସ୍ଥିତ ବିଡିଓ କାର୍ଯ୍ୟାଳୟ ବାହାରେ ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଉଭୟ ଦଳର କର୍ମୀମାନେ ପରସ୍ପର ଉପରକୁ ବୋମା ଏବଂ ଗୁଳି ମାଡ଼ କରିଥିଲେ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ପୁଲିସ ଚିହ୍ନଟ କରିପାରି ନାହିଁ।
ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ତାଙ୍କ ଦଳର କର୍ମୀମାନଙ୍କୁ ପ୍ରାର୍ଥôପତ୍ର ଦାଖଲ କରିବା ବେଳେ ତୃଣମୂଳ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ। ଏହି ସମୟରେ ଦିଲ୍‌ଦାରଙ୍କୁ ତୃଣମୂଳ କଂଗ୍ରେସର ଜଣେ କର୍ମୀ ଗୁଳି କରି ହତ୍ୟା କରିଥଲେ। ଏହି ଘଟଣାରେ ଅନ୍ୟ ଜଣେ କର୍ମୀ ମଧ୍ୟ ଗୁରୁତର ଆହତ ହୋଇ କୋଲକତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି। ଏହି ଘଟଣା ପୁଲିସ ସମ୍ମୁଖରେ ଘଟିଥିଲା; ମାତ୍ର ପୁଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଦଳ ଏହି ଘଟଣା ବିରୋଧରେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ଏଭଳି ପରିସ୍ଥିତି ଲାଗି ରହିଲେ ରାଜ୍ୟରେ ଧାରା ୩୫୬ ଲାଗୁ କରାଯିବା ନେଇ ଦାବି ହେବ ବୋଲି ଘୋଷ ଦର୍ଶାଇଛନ୍ତି। ଅନ୍ୟପଟେ ତୃଣମୂଳ କଂଗ୍ରେସର ବୀରଭୂମ ଜିଲା ସଭାପତି କହିଛନ୍ତି, ବିଜେପି ଝାଡ଼ଖଣ୍ଡରୁ ଲୋକ ଆଣି ତୃଣମୂଳ କର୍ମୀଙ୍କୁ ହତ୍ୟା କରାଉଛି। ବିଜେପି ବାହାରୁ ଲୋକ ଆଣି ରାଜ୍ୟରେ ସମସ୍ୟା ସୃଷ୍ଟି କରିବାର ଏହା ଦ୍ୱିତୀୟ ଘଟଣା ବୋଲି ତୃଣମୂଳ ନେତା ତଥା ରାଜ୍ୟର ମନ୍ତ୍ରୀ ଫିର୍‌ହାଦ ହାକିମ କହିଛନ୍ତି।

Leave A Reply