www.samajalive.in
Sunday, December 7, 2025
16.1 C
Bhubaneswar

କାର-ଟ୍ୟାଙ୍କର ମୁହାଁମୁହିଁ ଧକ୍କା; ଜଣେ ମୃତ

ଭବାନୀପାଟଣା: ଜୁନାଗଡ଼ରୁ ଭବାନୀପାଟଣା ରାସ୍ତାରେ ୨୬ ନମ୍ୱର୍ ଜାତୀୟ ରାଜପଥର ବନମାଳୀପୁର ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ଜଣେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଭବାନୀପାଟଣା ପଟୁ ଯାଉଥିବା କାର୍‌ ଏବଂ ଜୁନାଗଡ଼ ପଟୁ ଆସୁଥିବା ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିଲା। କାରରେ ଥିବା ଦୁଇ ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ସ୍ଥାନୀୟ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ କାର ଚାଳକ ଅନଙ୍ଗ ଉଦୟ ଜେନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ନାରାୟଣ ଦଳେଇଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଡୁମେରବାହାଲ ବୁଲାଣିରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଚାଳକ ଗାଡି ଭିତରେ ଚାପି ହୋଇଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ବହୁ କଷ୍ଟରେ ତାଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ଉଭୟ ମୃତାହତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣା ପଡ଼ିଥିବାବେଳେ ତେଲ ଟ୍ୟାଙ୍କରଟି ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି। ଜୁନାଗଡ଼ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories