www.samajalive.in
Sunday, December 7, 2025
23.1 C
Bhubaneswar

ଧଳପୁର ପ୍ରାଥମିକ ବିଦ୍ୟାଳୟ ; ବୁଲା ଗାଈ ଗୋରୁଙ୍କ ଆଡ୍ଡାସ୍ଥଳୀ

ନାକଟିଦେଉଳ : ବିଦ୍ୟାଳୟ ଭିତରକୁ ବିନା ବାଧାରେ ପ୍ରବେଶ କରୁଛନ୍ତି ବୁଲା ଗାଈ ଗୋରୁ। କେବଳ ସେତିକି ନୁହେଁ ରାତିରେ ଏହି ଗାଈ ଗୋରୁ ମାନେ ସେମାନଙ୍କର ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି ବିଦ୍ୟାଳୟ ବାରଣ୍ଡାକୁ। ବିଦ୍ୟାଳୟକୁ ଗୁହାଳ ଭାବେ ବ୍ୟବହାର କରିବା ସହ ବିଦ୍ୟାଳୟର ପ୍ର।କୃତିକ ଶୋଭା ରାଜିକୁ ମଧ୍ୟ ନଷ୍ଟ କରୁଛନ୍ତି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରା.ପ. ଅନ୍ତର୍ଗତ ଧଳପୁର ପ୍ରାଥମିକ ବିଦ୍ୟାଳୟରେ।

ଖୋଲିଲା ରହସ୍ୟ ; ୨୫ ଲକ୍ଷ ସୁପାରୀ ଠାରୁ ଏକେ-୪୭,ସଲମାନଙ୍କ ହତ୍ୟା ପାଇଁ ଏମିତି ଥିଲା ଯୋଜନା..


ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୨୦୦୮ ମସିହାରେ ସ୍ଥାପିତ ଧଳପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏଥି ପାଇଁ ୩ଟି ଶ୍ରେଣୀ କୋଠରୀ ସହ ରୋଷେଇ ଘର ଏବଂ ଶୌଚାଳୟ ମଧ୍ୟ ରହିଛି। କିନ୍ତୁ ବିଦ୍ୟାଳୟ ପରିସରକୁ ସୁରକ୍ଷା ଦେବା ପାଇଁ ନାହିଁ ପାଚେରୀ। ଯାହା ଫଳରେ ଦିନ ରାତି ସବୁ ବେଳେ ବୁଲା ଗାଈ ଗୋରୁ ମାନେ ଅବାଧରେ ବିଦ୍ୟାଳୟ ପରିସରକୁ ପ୍ରବେଶ କରୁଛନ୍ତି । ପ୍ରତି ଦିନ ବିଦ୍ୟାଳୟ ବାରଣ୍ଡାରୁ ଗାଈ ଗୋରୁଙ୍କ ଗୋବର ପରିସ୍ରା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଫା କରିବାକୁ ପଡୁଛି। ଏପରିକି ପାଚେରୀ ନ ଥିବାରୁ ବିଦ୍ୟାଳୟରେ ଲାଗିଥିବା ରୋଷେଇ ପରିବା ବଗିଚା ସହ ସୌନ୍ଦର୍ଯ୍ୟ ପାଇଁ ଲାଗିଥିବା ଫୁଲ ଗଛ ଗୁଡିକ ଖାଇ ଯାଇ ନଷ୍ଟ କରିଦେଉଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବହୁ ସମୟରେ ନାକଟିଦେଉଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ ଆଜି ଯାଏ ଏ ଦିଗରେ ପଦକ୍ଷେପ ନିଆ ଯାଇ ନାହିଁ। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ଏହାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories