www.samajalive.in
Sunday, December 7, 2025
14.1 C
Bhubaneswar

ସୋସିଆଲ ମିଡିଆରେ ବିରୁଷ୍କାଙ୍କ ଭିଡିଓ କଲ୍ ଭାଇରାଲ୍

ନୂଆଦିଲ୍ଲୀ : ବିରୁଷ୍କାଙ୍କ ଭିଡିଓ କଲ୍ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ପ୍ରଶଂସକ ଖୁବ୍ ପସନ୍ଦ କରି ଥାଆନ୍ତି। ନିକଟରେ ବିରୁଷ୍କାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭାରତୀୟ କ୍ରିକେଟର ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବାର୍ବାଡସରେ ଝଡ ତୋଫାନ ଯୋଗୁଁ ଅଶାନ୍ତ ପାଗର ଝଲକ ଦେଖାଇଥିବାର ନଜର ଆସିଛନ୍ତି। ବିରାଟ କୋହଲି ଆଇସିସି ଟି -୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍ ଦଳ ସହ ବାର୍ବାଡସରେ ଅଟକି ରହିଥିଲେ। ନିକଟରେ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ତାଙ୍କ ଟି -୨୦ ବିଶ୍ୱକପ ବିଜୟର ଆଖ୍ୟା ଦେଇଛନ୍ତି।


ସୂଚନା ଯୋଗ୍ୟ,ଘୂର୍ଣ୍ଣିଝଡ ଯୋଗୁଁ ୱେଷ୍ଟଇଣ୍ଡିଜର ବାର୍ବାଡସରେ ଫଶି ରହିଥିଲେ ଭାରତୀୟ ଖେଳାଳୀ । ମିଳିଥିବା ସୂଚନା ମୁତାବକ ବାର୍ବାଡୋସର ଏକ ହୋଟେଲରେ ଭାରତୀୟ ଖେଳାଳୀ ଫସିଥିଲେ। ସେଠାରେ ପ୍ରବଳ ଝଡତୋଫାନ କାରଣରୁ ସେଠାରୁ ଆସିବା ସମ୍ଭବପର ହୋଇନଥିଲା। ଶନିବାର ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ପରେ ସେଠାରେ ପ୍ରବଳ ବାତ୍ୟା ହୋଇଥିଲା। ବାର୍ବାଡସରେ ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ଐତିହାସିକ ବିଜୟ ହାସଲ କରିଥିଲା।

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

- Advertisement -

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories