www.samajalive.in
Monday, December 15, 2025
17.1 C
Bhubaneswar

ନୀତା ଅମ୍ବାନୀଙ୍କ ପାଖରେ ଦେଖାଯାଉଥିବା ଏହି ଡିଭାଇସ୍‌ ବିଷୟରେ ଜାଣନ୍ତି କି ? ବିନା ସିମ୍‌ରେ ହୁଏ କଥାବାର୍ତ୍ତା, ସାଟେଲାଇଟ୍‌..

ସମାଜ ଡିଜିଟାଲ ଡେସ୍କ: ଅମ୍ବାନୀ ପରିବାରରେ ଏବେ ବାହାଘରିଆ ମାହୋଲ ଏବଂ ପୁରା ପରିବାର ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଯ୍ୟରେ ବ୍ୟସ୍ତ। ଇତି ମଧ୍ୟରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ପୁଣି ଅମ୍ବାନୀ ପରିବାରକୁ ଦେଖିବାକୁ ମିଳିଛି। କିନ୍ତୁ ଏଥର ଏକ ଡିଭାଇସ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ଯାହା ନୀତା ଅମ୍ବାନୀଙ୍କ ଆଖପାଖରେ ଦେଖିବାକୁ ମିଳିଛି। ଆଜି ଆମେ ଆପଣଙ୍କୁ ଏହି ଡିଭାଇସ୍‌ ବିଷୟରେ ସୂଚନା ଦେବାକୁ ଯାଉଛୁ।

ଏହି ଡିଭାଇସ୍‌ ସୁରକ୍ଷା କର୍ମୀଙ୍କ ଦ୍ଵାରା ବ୍ୟବହୃତ ହୁଏ ଓ ଆପଣ ଏଥିରେ ସହଜରେ କଥାବାର୍ତ୍ତା କରିପାରିବେ। ଏଥିରେ ଦୁଇ ଜଣ ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରିବ ଏବଂ ଏଥିପାଇଁ କୌଣସି ସିମ୍‌କାର୍ଡ ଆବଶ୍ୟକ ନାହିଁ।

- Advertisement -

ଏହା ହେଉଛି ୱାକି ଟକି ଏବଂ ଏହା ସାଟେଲାଇଟ୍‌ ଆଧାରିତ। ପୁଲିସ ଓ ସେନାରେ ଏହି ଡିଭାଇସ୍‌ ବ୍ୟବହୃତ ହୁଏ। ଏହା ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନରେ ସହଜରେ କଥାବାର୍ତ୍ତା କରିପାରିବେ ଏବଂ ଗ୍ରୁପ୍ କଲିଂ ପାଇଁ ବ୍ୟବହାର କରାଯାଏ। ଏହା ପୁସ୍-ଟୁ-ଟକ୍ ଆଧାରରେ କାମ କରେ। ଏଥିରେ ଏକ ବଟନ୍ ଅଛି, ଏହାକୁ ଦବାଇ ଆପଣ କମାଣ୍ଡ୍ ଦେଇପାରିବେ। ଏହାପରେ ଏହି ବାର୍ତ୍ତାଳାପ ପୁରା ଗ୍ରୁପ୍‌ ସହ ଏକସଙ୍ଗେ ହୋଇପାରିବ।

ଏହାର ଦାମ୍‌ ଡିଭାଇସ୍‌ ଆଧାରରେ ଭିନ୍ନ ହୋଇଥାଏ। କିନ୍ତୁ ଗୋଟିଏ ଡିଭାଇସ୍‌ର ହାରାହାରି ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା। Xiaomiର ଓ୍ବାକିଟକି ପେୟାର କିଣିଲେ ପ୍ରାୟ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories