ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର
ନୟାଗଡ: ମହଙ୍ଗା ପଡିଲା ଲାଞ୍ଚ ନେବା। ଭିଜିଲାନ୍ସ ଜାଲରେ ପଡିଲେ ତହସିଲଦାର। ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲଦାରଙ୍କ ଘରେ ଚଢାଉ ହୋଇଛି। ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ଵରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ତହସିଲ ଅଫିସର ଜଣେ କର୍ମଚାରୀ ପ୍ରସନ୍ନ ସାହୁଙ୍କୁ ଗିରଫ କରାଯିବା ପରେ ଚଢାଉ କରାଯାଇଛି। କର୍ମଚାରୀ ଜଣକ ଏକ ବାଲି ବୋଝେଇ ଟ୍ରକକୁ ଛାଡିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି।
Comments are closed.