www.samajalive.in
Saturday, December 6, 2025
14.1 C
Bhubaneswar

ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଚାଷ ଜମିକୁ ଯିବା ବାଟରେ ଜଗି ବସିଥିଲା ମୃତ୍ୟୁ। ଧକ୍କା ଦେଲା ଅଜଣା ଗାଡି। ଦୁର୍ଘଟଣା ନେଲା ଦମ୍ପତ୍ତିଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରପାଲି (ଖ) ଛକ ନିକଟରେ ଅଜଣା ଗାଡି ଧକ୍କାରେ ସ୍ଵାମୀ , ସ୍ତ୍ରୀ ସମେତ ଏକ ଗୋରୁର ମୃତ୍ୟୁ ଘଟିଛି। ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାୟପୁର-ଗୋପାଳପୁର ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମୃତକମାନେ ପତ୍ରପାଲି ଗାଁର ଗମ୍ଭୀର ରଣା ଏବଂ ତାଙ୍କ ସ୍ତ୍ରୀ ଗୀତା ରଣା। ଆଜି ଭୋର୍ ସମୟରେ ଧାନ ବୁଣିବାକୁ ନିଜ କ୍ଷେତକୁ ଯାଉଥିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ରାସ୍ତା ଅବରୋଧ ଯୋଗୁଁ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ମୂରିବାହାଲ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories