ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୩୮ ଜଣଙ୍କ ମୃତ୍ୟୁ..

୨୨୦୮ ଗାଁ ପ୍ରଭାବିତ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାସ୍ଥିତି ଗମ୍ଭୀର..

ବନ୍ୟାରେ ଭାସିଯାଇ ୪ ହରିଣଙ୍କ ମୃତ୍ୟୁ ସୂଚନା..

୧୧ ଦିନର ନିରବଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜୀଉ..

ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା..

ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଅଘଟଣ..

ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ..

ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍..

ନୟାଗଡ ଭାପୁର ଏବଂ ଭୁବନେଶ୍ଵରସ୍ଥିତ ବାସଭବନରେ ଚଢାଉ..

ହାଥରସରେ ଏଯାଏଁ ୧୨୧ ମୃତ ; ଏଥିପାଇଁ ଘଟିଥିଲା ଅଘଟଣ, ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ..

ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍ ..

୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ତହସିଲ କର୍ମଚାରୀ..

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରପାଲି (ଖ) ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ..

କ୍ଷତିପୂରଣ ଦାବିରେ ରାସ୍ତାରୋକ..

ମୋ ବସ ରେ ଯାତ୍ରା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ; ବସ୍ ସେବା ଭଲ ଅଛି, ଆହୁରି ବଢିବ ବସ୍ ସଂଖ୍ୟା..

ଭୁଲ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ..

କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ଘରୋଇ ମେଡିକାଲରେ ଭତ୍ତେଜନା..

ଏକ ଅପରେସନ୍ ପାଇଁ ମେଡିକାଲ ଆସିଥିଲେ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ..

Comments are closed.