www.samajalive.in
Saturday, December 6, 2025
26.1 C
Bhubaneswar

ଭୁଲ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ !

କଟକ: ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଚାଲିଗଲା ନାବାଳକର ଜୀବନ। ମୃତକ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। କଟକ ମଙ୍ଗଳାବାଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ ଅପରେସନ ହେବାକୁ ଥିବା ବେଳେ ପରିବାର ଲୋକେ ତାଙ୍କୁ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ପରେ ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକସନ ଦିଆଯାଇଥିଲା । ହେଲେ ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇପଡ଼ିଥିଲା। ଏବଂ କିଛି ସମୟ ପରେ ନାବାଳକଟିର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories