www.samajalive.in
Monday, December 15, 2025
27.1 C
Bhubaneswar

ସାଂସଦଙ୍କୁ ଠକିଦେଲା ସ୍ଵିଗି, ଟଙ୍କା ଫେରସ୍ତ ମାଗିଲେ

ସମାଜ ଡିଜିଟାଲ ଡେସ୍କ: ଖରାପ ଆଇସକ୍ରିମ ଡେଲିଭରି କରି ସାଂସଦଙ୍କୁ ଠକିଦେଲା ସ୍ଵିଗି। ଯାହାଫଳରେ ସ୍ଵିଗିଠାରୁ ଟଙ୍କା ଫେରସ୍ତ ମାଗିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର। ବୁଧବାର ସେ ସ୍ଵିଗିରୁ ଏକ ଦାମୀ ଆଇସକ୍ରିମ ଅର୍ଡର କରିଥିଲେ। ଯାହାର ମୂଲ୍ୟ ଥିଲା ୧୨୨୦ ଟଙ୍କା। ଡେଲିଭରି ବଏ ଆଇସକ୍ରିମ ଆଣି ସାଂସଦଙ୍କୁ ଦେଇଥିଲେ। ସାଂସଦ ମହୁଆ ପ୍ୟାକେଟ ଖୋଲିବା ପରେ ସେଥିରୁ ଖରାପ ହୋଇଯାଇଥିବା ଆଇସକ୍ରିମ ବାହାରିଥିଲା। ଏହା ଦେଖି ସାଂସଦ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସ୍ଵିଗିକୁ ଟଙ୍କା ଫେରସ୍ତ ମାଗିଥିଲେ। ସାଂସଦ ଲେଖିଥିଲେ ଯେ, ସେ ଏକ ଦାମୀ ‘ମାଇନସ ଥାର୍ଟି ମିନି ଷ୍ଟିକ୍ସ’ ଆଇସକ୍ରିମ ଅର୍ଡର କରିଥିଲେ। ତାହା ପହଞ୍ଚିଲା ବେଳକୁ ନଷ୍ଟ ହୋଇଯାଇଥିଲା। ଖାଇବା ଯୋଗ୍ୟ ନ ଥିଲା। ତେଣୁ ତୁରନ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ଆଶା କରୁଥିବା ସାଂସଦ ଲେଖିଛନ୍ତି।

ତେବେ ସାଂସଦଙ୍କ ପୋଷ୍ଟ ପରେ ସ୍ଵିଗି ପକ୍ଷରୁ ତୁରନ୍ତ ଉତ୍ତର ଦିଆଯାଇଥିଲା। ଖରାପ ଆଇସକ୍ରିମ ଦିଆଯାଇଥିବାରୁ ସ୍ଵିଗି ପକ୍ଷରୁ କ୍ଷମାପ୍ରାର୍ଥନା କରାଯିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଥିଲା।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories