www.samajalive.in
Sunday, December 14, 2025
17.1 C
Bhubaneswar

ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟି.ଏଲ୍‌.ଏମ୍‌. କିଟ୍‌ ବଣ୍ଟନ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଟି.ଏଲ୍‌.ଏମ୍‌. କିଟ୍‌ ବଣ୍ଟନ କରାଯାଇଛି । ଜିଲାର ମୋଟ ୨୧୨ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି କିଟ୍‌ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ପାଟିଲ୍‌ ଆଶିଷ ଇଶ୍ୱର ଯୋଗଦେଇଥିବା ବେଳେ ଏହି ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ ତରଫରୁ ମାଗଣାରେଏହି କିଟ୍‌ ପ୍ରଦାନ କରାଯାଉଛି ।

ଫିଜିଓଥେରାପି ଅଧ୍ୟାପକ ଡଃ ଆଶିଷ ପରାଶର ଓ ବୃତ୍ତିଗତ ଥେରାପି ଅଧ୍ୟାପକ ଡଃ.ଦେବାଶିଷ ରାଉତ ଏହି କିଟ୍‌ରେ ଥିବା ଉପକରଣ ଗୁଡ଼ିକର ବ୍ୟବହାର ଉପରେ ସମ୍ୟକ ଧାରଣା ଦେଇଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପ୍ରଧାନ , ଶମର ବେହେରା , ପୋଗ୍ରାମର ଶେଖର ବେହେରା ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବାଂ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories