www.samajalive.in
Saturday, December 6, 2025
26.1 C
Bhubaneswar

ମୋହନାରେ ରିଲିଫ୍‍ ବଣ୍ଟନର ଶୁଭାରମ୍ଭ

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ତିତିଲିର ତାଣ୍ଡବ ଲିଳାରେ ବହୁ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି।  ପ୍ରଶାସନର ଅବହେଳା ହେଉକି, ସାଧାରଣ ଲୋକଙ୍କ ସଚେତନତା ଅଭାବରୁ ହେଉ ଲୋକମାନଙ୍କ ପାଖରେ ରିଲିଫ ପହଞ୍ଚି ନଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ମାତ୍ର ଏବେ ଅପେକ୍ଷାର ଅନ୍ତ ଘଟିଥିବା ଜଣାପଡିଛି।

ପ୍ରକାଶ ଥାଉ କି,ମୋହନା ବ୍ଳକର ଚାନ୍ଦିପୁଟ, ପିଣ୍ଡିକି, ଗୋବିନ୍ଦପୁର, କଟାମା, ମେରାପଲୀ, ମଳାସପଦର, ଜରଉ, ଯୁବ, ଜିରାଙ୍ଗ, ଢେପାଗୁଡା ଆଦି ବିଭିନ୍ନ ପଞ୍ଚାୟତରେ ତିତିଲି ପ୍ରଭାବରେ ଘର ଗୁଡିକ ଭାଙ୍ଗିଯିବା ସହିତ ଟିଣ ଛପରେ ଉଡାଇ ନେଇଥିବା ଜଣାପଡିଛି। ବହୁ କଷ୍ଟରେ ଧାର କରଜ କରି ଚାଷୀ ବିଲରେ ବୁଣିଥିବା ମକା ଓ ଧାନ କ୍ଷେତ ଗୁଡିକ ବାତ୍ୟା ଓ ବର୍ଷାରେ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଚାନ୍ଦିପୁଟ ହାଟପଦା ନୂଆସାହି ବିଦ୍ୟାଧର ନାୟକଙ୍କ ମକା ବାଡ ନଷ୍ଟ ହୋଇଥିବା ବେଳେ ପଞ୍ଚାୟତ ତରଫରୁ ତାଙ୍କୁ ୧ କେଜି ଚାଉଳ ମିଳିଥିବା ସେ ଦୁଃଖର ସହ ପ୍ରକାଶ କରିଛନ୍ତି। ସେହିପରି ମେରାପଲ୍ଲୀ ପଞ୍ଚାୟତର ପି.ବନ୍ଧାଗୁଡା ଗ୍ରାମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାବି ନ ଖୋଲିବା ଯୋଗୁଁ ଗାଁ ଲୋକେ ବର୍ଷା ପବନରେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେବା ସହିତ ଭୋକ ଉପାସରେ ରହି ବାଧ୍ୟ ହୋଇ ବିଦ୍ୟାଳୟର ତାଲା ଭାଙ୍ଗି ଆଶ୍ରୟ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରଧାନ ଶିକ୍ଷକଙ୍କ କୌଣସି ପ୍ରକାର ଦୃଢ ପଦକ୍ଷେପ ନ ନେବା ଯୋଗୁଁ ଗ୍ରାମବାସୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ପିଣ୍ଡିକି ପଞ୍ଚାୟତର କିର୍ତିଙ୍ଗ ଗ୍ରାମର ସନାତନ ପାଇକ, ପ୍ରମୋଦ ପାଇକ, ଜିତେନ୍ଦ୍ର ବେହରୋ, ପ୍ରଶାନ୍ତ ବେହେରା ଆଦି ବହୁ ଲୋକଙ୍କର ଘର ଭାଙ୍ଗିଯିବା ସହିତ ଧାନ ଓ ମକା ଫସଲ ଉଜୁଡି ଯାଇଥିବା ଦେଖିବାକୁ ମିଳିଛି। ବିଳମ୍ବରେ ହେଲେ ମଧ୍ୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବୁଗୁଡା ବିଜୁ ଯୁବା ବାହିନୀର କର୍ମୀମାନେ ମୋହନା ବ୍ଳକର ଅଡବା ଠାରେ ପହଞ୍ଚି ପଞ୍ଚାୟତର ତିତିଲି ପ୍ରଭାବରେ ପ୍ରାଭାବତି ହୋଇଥିବା ପରିବାର ବର୍ଗଙ୍କୁ ରିଲିଫ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନର ତପ୍ତରତା ପ୍ରକାଶ କରି ଆଜି ବ୍ଳକର ମଳାସପଦର ଓ ମେରାପଲୀ ପଞ୍ଚାୟତର କିଛି ଲୋକଙ୍କୁ ୫୦ କେଜି ଚାଉଳ ଓ ୧୦୦୦ଟଙ୍କା ଦେଇଥିବା ବିଡିଓ ବଂଶୀଧର ଖୋସଲା କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories