www.samajalive.in
Monday, December 8, 2025
27.1 C
Bhubaneswar

ପୌରାଧ୍ୟକ୍ଷା ବିକାଶରେ ବାଧା ଦେଉଥିବା ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଜୈନ ଏବଂ ତାଙ୍କ ବିକେପି କାଉନସିଲର ଟିଟିଲାଗଡ଼ ସହରର ବିକାଶରେ ଆନ୍ତରାୟ ସୃଷ୍ଟି କରିଥିବା ବିଜେଡି ଅଭିଯୋଗ କରିଛି। ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ ଏବଂ ବିଜେଡି କାଉନସିଲର ମାନସ ସାହୁ, ସୁଧୀର ଅଗ୍ରୱାଲ, ସୁନିତା ଦାଶ, ସାବିତ୍ରୀ ବାରିକ, ଚନ୍ଦ୍ରକନ୍ତି ନାଗ ପ୍ରମୁଖ ପୌରାଧ୍ୟକ୍ଷାଙ୍କ ଉପରେ ବର୍ଷିଥିଲେ। ବିଶେଷ କରି ସହରର ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏହାର ପ୍ରତିକାର ପାଇଁ ପୌରାଧ୍ୟକ୍ଷା ସହଯୋଗ କରୁନଥିବା ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ପଦ୍ମପୁରରେ ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପଦ୍ମପୁରକୁ ଜିଲା ଗଠନ ନେଇ ପ୍ରେସ ଵିଜ୍ଞପ୍ତି ଜାରି ସହ ସମର୍ଥନ କରାଯାଉଛି। ହେଲେ ଦୀର୍ଘ ୩୦ ବର୍ଷ ହେବ ଟିଟିଲାଗଡ଼ ଜିଲା ଦାବି ପ୍ରତି ରାଜ୍ୟରେ ଶାସକ ବିଜେଡି ଦଳ ନିରବ କାହିଁକି ବୋଲି ଦଳର ନେତ୍ରୀ ଶ୍ରୀମତୀ ଜାଲଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀ ଏନେଇ ନିଶ୍ଚିତ ବିଚାର କରିବେ ବୋଲି କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories