www.samajalive.in
Monday, December 8, 2025
14.1 C
Bhubaneswar

ଟିଟିଲାଗଡରେ ୩୩ ସଂକ୍ରମିତ ; ଆକ୍ରାନ୍ତଙ୍କ ସହ ଭୋଜି ଖାଇ ସଙ୍ଗରୋଧ ହେଲେ ୧୪ ଜ୍ଞାତି କୁଟୁମ୍ବ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ପରାସରା ଗ୍ରାମପଂଚାୟତ ଅନ୍ତର୍ଗତ ଜଣେ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହେବା ପରେ ଭୋଜି ଭାତର ଆୟୋଜନ କରିଥିଲେ। ଏହାର ପରିଣାମ ତାଙ୍କ ପରିବାରର ଓ ଜ୍ଞାତି କୁଟୁମ୍ବଙ୍କୁ ଭୋଗିବାକୁ ପଡିଛି।ସେଥିରେ ସାମିଲ ହୋଇଥିବା ତାଙ୍କ ପରିବାର ଲୋକଙ୍କ ସମେତ ୧୪ ଜଣ ଜ୍ଞାତି କୁଟୁମ୍ବଙ୍କୁ ସଙ୍ଗରୋଧରେ ରହିବାକୁ ପଡିଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳର ଆଲୋଚନାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ ଯେ, ଜନୈକ ପ୍ରବାସୀ ଶ୍ରମିକ ପରାସରା କେନ୍ଦ୍ରରେ ନିଜ ୧୪ ଦିନର ସଙ୍ଗରୋଧରେ ରହିବା ପରେ ଗତକାଲି ମୁକ୍ତ ହୋଇଥିଲେ। ଏନେଇ ତାଙ୍କ ପିତା ଭୋଜି ଭାତର ଆୟୋଜନ କରିଥିଲେ। ପରିବାରର ଜ୍ଞାତିକୁଟୁମ୍ବ ସମ୍ବନ୍ଧ ଏହି କାର୍ଯ୍ୟକ୍ରମରେ ପାଖ ଉନ୍ଦେର ନଦୀରେ ଏକତ୍ର ହୋଇ କୁକୁଡା ଭୋଜି କରିଥିଲେ। ପ୍ରବାସରୁ ପୁଅ ଫେରିଆସିଥିବା ନେଇ ତାକୁ ଖିଅର ଭଦର କରାଯାଇଥିଲା। ଜଣେ ସମ୍ପର୍କିୟ କକା ପୁଅ ଭାଇ ଖିଅର କରିଥିଲେ। ହେଲେ ଭୋଜିଭାତ ସରିବା ବେଳକୁ ସମ୍ପୃକ୍ତ ଶ୍ରମିକଙ୍କ କରୋନା ସ୍ୱାବ ରିପୋର୍ଟ ପହଂଚିବା ନେଇ ଖୋଜାଖୋଜି ଆରମ୍ଭ ହୋଇଥିଲା। ଖବର ପାଇ ସିନେ୍ଧକେଲା ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣାସ୍ଥଳକୁ ମାଡି ଆସିଥିଲେ। ହେଲେ ସେତେବେଳକୁ ଭାଇ ସମ୍ବୁନ୍ଧି ମିଳାମିଶା କରିସାରିଥିଲେ। ସଭି ପରିଜନଙ୍କୁ ସମ୍ପ୍ରତି ସଙ୍ଗରୋଧ ପରାସରା କେନ୍ଦ୍ରରେ ସଙ୍ଗରୋଧ କରାଯାଇଥିବା ବେଳେ ସମ୍ପୃକ୍ତ ଶ୍ରମିକ ପୋଜିଟିଭ ଆକ୍ରାନ୍ତ ଚିହ୍ନଟ ପରେ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଥିବା ଖୋଲାନ ସିଏଚସି ଅଧିକାରୀ ଡା. ମିନକେତନ କିଷାନ କହିଛନ୍ତି। ପରାସରାରେ ଅଦ୍ୟାବଧି ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଟିଟିଲାଗଡ ବ୍ଲକ ଅଂଚଳରେ ରବିବାର ପୁଣି ୪ ଜଣ ପ୍ରବାସୀ ଶ୍ରମିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂଖ୍ୟା ୩୩କୁ ପହଂଚିଛି। ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମପଂଚାୟତରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଆକ୍ରାନ୍ତ ମହୁଲପଡା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ଅବସ୍ଥାନ ପରେ ଗତ ମାସ ୨୭ରେ ମୁକ୍ତ ହୋଇଥିଲେ। ତେବେ ସେ ବୁଲାବୁଲି ତଥା ଅନେକ ଲୋକଙ୍କ ସହ ମିଶାମିଶି କରିଥିଲେ। ଅନ୍ୟପକ୍ଷରେ ସୁର୍ଡା ଗ୍ରାମପଂଚାୟତର ଦୁଇ ଜଣ ସଂକମ୍ରିତ ଆଜି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାନ୍ଧୁପଲା ଗ୍ରାମପଂଚାୟତ ଅନ୍ତର୍ଗତ ଦେସିଲ ସେବାଶ୍ରମରେ ସଙ୍ଗରୋଧ ରହିଥିଲେ। ସେବାଶ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଲୋକେ ସଙ୍ଗରୋଧ ହୋଇଥିବା ନେଇ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତା ପ୍ରକାଶ ପାଇଛି। ଉଭୟ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହୋଇ ନିଜ ପରିବାର ସହ ରହୁଥିଲେ। ସୁର୍ଡାରେ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପ୍ରତି ୪କୁ ବୃଦ୍ଧି ପାଇଛି। ଅଦାବାହାଲ ଗ୍ରାମପଂଚାୟତର ଆଜି ଚିହ୍ନଟ ସଂକ୍ରମିତ ଜଣକ ମଧ୍ୟ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହୋଇ ନିଜ ଘରେ ଥିବା ଜଣାପଡିଛି। ଅଦାବାହାଲରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।  କଣ୍ଟାକ୍ଟ ଟ୍ରେସିଙ୍ଗ ସହ ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଉଛି। ପୂର୍ବରୁ ବ୍ଲକ ଅନ୍ତର୍ଗତ ସିଲୁଆଁ ଗ୍ରାମପଂଚାୟତରେ ୧୫, ବିନେକେଲାରେ ୨, କୁର୍ସୁଡରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories