www.samajalive.in
Sunday, December 14, 2025
17.1 C
Bhubaneswar

ଡାକ୍ତରଖାନା ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ଆବଶ୍ୟକ ସଂଖ୍ୟକ ଡାକ୍ତର ସମେତ ବିଭିନ୍ନ ସମସ୍ୟା ଲାଗିରହିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି ବୋଲି ଆମ ଆଦମି ପାର୍ଟି ପକ୍ଷରୁ ଅଭିଯୋଗ କରିଛି l ଏନେଇ ସ୍ଥାନୀୟ ମହାବୀର ଧର୍ମଶାଳା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଆବାହକ ବିଶ୍ୱନାଥ ମିଶ୍ର, ଯୁବ ସଂଯୋଜକ ବିଜୟ ମେହେର ଏନେଇ ୭ ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ହେବ ଚେତାବନୀ ଦେଇଛନ୍ତି। ଆପ ନେତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାରେ ଆବଶ୍ୟକ ୧୮ଜଣ ଡାକ୍ତର ପଦବୀ ମଧ୍ୟରୁ କେବଳ ୧୦ ଜଣ ହିଁ ନିଯୁକ୍ତ ହୋଇଛନ୍ତି। ଅତ୍ୟନ୍ତ ଆବଶ୍ୟକ ଅସ୍ତ୍ରୋପଚାର, ଅସ୍ଥିଶଲ୍ୟ, ମେଡ଼ିସିନ, ନିଶ୍ଚେତକ ଆଦି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ଆଦି ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ଅଛନ୍ତି। ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ, ବିଶେଷଜ୍ଞଙ୍କ ଅଭାବ ରହିଛି। ଏନେଇ ଗରିବ ଚାଷୀ, ଶ୍ରମିକ, ମଜୁରିଆ ରୋଗରେ ପଡ଼ି ଡାକ୍ତରଖାନାକୁ ଭର୍ତ୍ତି ହେବା ପାଇଁ ଆସିଲେ ସେମାନଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ରେଫର କରାଯାଉଥିବା ନେଇ ଗରିବ ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସିଛନ୍ତି।

ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ନେଇ ଘରୋଇ କ୍ଲିନିକ, ରୋଗ ନିରୂପଣ କେନ୍ଦ୍ର ମାଳାମାଳ ହେଉଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଡାକ୍ତର ଡ଼ାକି ଏବଂ ଅନଲାଇନରେ ଯୋଗସୂତ୍ର କରାଇ ମାସିକ କୋଟି କୋଟି ଟଙ୍କାର ସ୍ୱାସ୍ଥ୍ୟ ବ୍ୟବସାୟ ଭଳି ଏକ ବିରାଟ ର୍ୟାକେଟ ଚାଲିଥବା ଆପ ନେତା ଅଭିଯୋଗ ଆଣିଛନ୍ତି। ଡାକ୍ତରଖାନା ପାଇଁ ଆବଶ୍ୟକ ପାଣିର ପୂର୍ତ୍ତି ହେଉନାହିଁ। ଏଭଳି ଅନେକ ସମସ୍ୟାର ସମାଧାନ ନେଇ ପୂର୍ବରୁ ସହର ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି। ଆପ ପକ୍ଷରୁ ମଧ୍ୟ ଅନେକ ଥର ଦାବି ପତ୍ର ପ୍ରଦାନ କରାଯାଇଛି। ହେଲେ ସେ ସବୁକୁ ପ୍ରଶାସନ ଚିରି ଫିଙ୍ଗି ଚାଲିଛି। ତେଣୁ ଆଗାମୀ ୭ ଦିନ ମଧ୍ୟରେ ଡାକ୍ତରଖାନାର ସମସ୍ତ ସମସ୍ୟାର ସମାଧାନ ନହେଲେ ଆପ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଳି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଆପ ନେତା ଏମଡି ଇସଲାମ ଖାନ, ତାଜୁ ଖାନ, ଶରତ ଛତ୍ରିଆ, ଉମେଶ ଭରା଼ସାଗର, ରୁଦ୍ର ବିଶି, ଅଶୋକ ସୁନା, ଦେବା ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories