www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁରରେ ସ୍ମାର୍ଟ ୱାଟର ମିଟର ପ୍ରଚଳନ ବନ୍ଦ ଦାବି

ସମ୍ବଲପୁର: ମହାନଦୀର କୂଳ ଓ ହୀରାକୁଦ ନଦୀବନ୍ଧର ତଳ ମୁଣ୍ଡରେ ଅବସ୍ଥିତ ସମ୍ବଲପୁରବାସୀ ବର୍ଷ ତମାମ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଏଭଳି ସ୍ଥଳରେ ସମ୍ବଲପୁର ଠାରେ ସ୍ମାର୍ଟ ୱାଟର ମିଟର ଲଗାଯିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତୀବ୍ର ବିରୋଧ କରିଛି। ଶୁକ୍ରବାର ପୁର୍ବାହ୍ନରେ ଜନସ୍ୱାସ୍ଥ୍ୟ ବିଭାଗକୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଜନତାଙ୍କୁ ପାନୀୟ ଜଳ ଯୋଗାଣ କରିବାର ଅସମର୍ଥ ଥିବା ବେଳେ ଅନେକ ସ୍ଥାନରେ ରାସ୍ତାରେ ପାଣି ପାଇପ ଫାଟି ନାଳରେ ପାଣି ବୋହି ଯାଉଛି ଏବଂ ତାହାକୁ ମଧ୍ୟ ବିଭାଗ ମରାମତି କରିବାରେ ଅସମର୍ଥ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ସତ୍ୱେ ସ୍ଥିତିରେ କୌଣସି ସୁଧାର ପରିଲକ୍ଷିତ ହେଉ ନ ଥିବା ବେଳେ ସରକାର ଏବେ ସ୍ମାର୍ଟ ୱାଟର ମିଟର ସଂଯୋଗ କରି ସମ୍ବଲପୁରବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସ୍ଥିତି ସୃଷ୍ଟି କରିଛନ୍ତି।

ଏବେ ମଧ୍ୟ ପାଣି ପାଇପ ଫାଟି ନାଳ ନର୍ଦ୍ଦମାର ପାଣି ପାଇପରେ ମିଶୁଥିବା ବେଳେ ପୁର୍ନବାର ଜଣ୍ଡିସ ହେବାର ଆଶଙ୍କା ମଧ୍ୟରେ ସହରବାସୀ ରହିଛନ୍ତି। ଏଭଳି ସ୍ଥଳରେ ସମସ୍ତ ପ୍ରକାରର ଟିକସ ଆଦାୟ ନିମନ୍ତେ ସମ୍ବଲପୁରକୁ ସରକାର ପ୍ରୟୋଗସ୍ଥଳି କରାଯିବା ସମ୍ବଲପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଯେଉଁଠାରେ ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ କରୁଛନ୍ତି, ସେଠାରେ ପ୍ରଥମେ ସ୍ମାର୍ଟ ୱାଟର ମିଟର ଲଗାଇ ବିଲ ଆଦାୟ କରନ୍ତୁ। ସମ୍ବଲପୁର ଭଳି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରରେ ଜିଲା ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କିମ୍ବା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନ ଥିବା ବେଳେ ଉପଖଣ୍ଡୀୟ ଯନ୍ତ୍ରୀଙ୍କ ଦ୍ୱାରା ଏବେ ବିଭାଗ ପରିଚାଳିତ। ମଞ୍ଚ ତରଫରୁ ଦାବିପତ୍ର ଗ୍ରହଣ କରିବା ସମୟରେ ଇଂ ଗୁଲସନ କୁମାର ସାହୁ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା ପରେ ଉପରିସ୍ଥ ଅଧିକାରୀଙ୍କୁ ଏ ସର୍ମ୍ପକରେ ଅବଗତ କରାଇବା ସହିତ ପାନୀୟ ଜଳ ଯୋଗାଣ ସର୍ମ୍ପକିତ ସମସ୍ୟା ଗୁଡିକର ସ୍ଥାୟୀ ନିରାକରଣର ପ୍ରତିଶୃତି ଦେଇଥିଲେ। ମଞ୍ଚ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ ସମୟରେ ହୀରାଖଣ୍ଡ ସାମୁଖ୍ୟର ଡା. ପରେଶ ଚନ୍ଦ୍ର ଦାନୀ, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ବୈଦିକ ବ୍ରାହ୍ମଣ ପରିଷଦର କମଳ ଲୋଚନ ପଣ୍ଡା, ସୁବ୍ରତ ପଣ୍ଡା, ଶାଶ୍ୱତ ପଣ୍ଡା, ବିପ୍ଲବ ଦଣ୍ଡସେନା, ଶୁଭମ ହୋତା, ଆକାଶ ପଟ୍ଟନାୟକ, ଅନ୍ନପୁର୍ଣ୍ଣା ବାରିକ, ଭବାନୀ ଧୁସର, କାନ୍ତି ମେହେର, ପଙ୍କଜିନି ମେହେର, ବବିତା ପ୍ରଧାନ, ସୌମିତ୍ର ଜତି, ସନ୍ତୋଷ କୁମାର ଡାଳୁଅ, ଲଳିତ ମୋହନ ବେବର୍ତ୍ତା, ଶଙ୍କର ମେହେର, ରାହୁଲ ଗୁପ୍ତା, ଲମ୍ବୋଦର ବଢ଼େଇ, କୃଷ୍ଣ ଚନ୍ଦ୍ର ଦାସ, ଜିତେଶ ପାଣିଗ୍ରାହୀ, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories