www.samajalive.in
Sunday, December 14, 2025
23.1 C
Bhubaneswar

ଉର୍ତ୍ସଗର ୩୮ତମ ବାର୍ଷିକ ଉତ୍ସବ ପାଳିତ

ସମ୍ବଲପୁର: ସମ୍ବଲପୁରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ର ୩୮ତମ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାସ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ବୁର୍ଲା ଭିମସାରର ଚକ୍ଷୁ ବିଭାଗର ସହଯୋଗୀ ପ୍ର. ଡା. ଶର୍ମିଷ୍ଠା ବେହେରା, ଭିମସାରର ଆନାଟମି ବିଭାଗର ସହକାରୀ ପ୍ର. ଡା. ଜେନିଥ ବା ପ୍ରମୁଖ ଉପସ୍ଥିତ ରହିଥିଲେ। ଉତ୍ସବରେ ପ୍ରାରମ୍ଭିକ ସୂଚନା ଅନୁଷ୍ଠାନର ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀ ଦେବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୁଗ୍ମ ସଂଯୋଜକ ରଜନୀ ନାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ୱସ୍ତିକ ପାଣ୍ଡେ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଡାକ୍ତରୀ ପାଠ୍ୟକ୍ରମରେ ମୃତ୍ୟୁ ପରେ ଶରୀର ଦାନର ଗୁରୁତ୍ୱ ଉପରେ ଡା. ଜେନିଥ ବା ଆଲୋକପାତ କରିଥିଲେ। ଡା. ବେହେରା ଚକ୍ଷୁ ଦାନର ଗୁରୁତ୍ୱ ଓ ମୃତ୍ୟୁ ପରେ ଚକ୍ଷୁ ର ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଡା. ଦାସ ଉର୍ତ୍ସଗର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟରେ ଆଲୋକପାତ କରିବା ସହିତ କରୋନା ସମୟର ବିଭିନ୍ନ ସମସ୍ୟା ଓ ସାମାଜିକ ଅନୁଷ୍ଠାନ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଶରୀର ଦାନ କରିଥିବା ସ୍ୱର୍ଗତ ହରିଶଙ୍କର ପତି, ସ୍ୱର୍ଗତ ଜୟଦେବ ବିଶି, ସ୍ୱର୍ଗତ ନନ୍ଦକିଶୋର ପରିକା, ସ୍ୱର୍ଗତ ବଂଶୀଧର ପତି, ସ୍ୱର୍ଗତ ସଦାନନ୍ଦ ନାଥ ଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁ ପରେ ଶରୀର ଦାନ ପାଇଁ ସ୍ୱିକୃତି ପତ୍ର ପ୍ରଦାନ କରିଥିବା କାର୍ତ୍ତିକ କଲେତ ଓ ଆଶିଷ ମିଶ୍ର ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୁର୍ଲା ଭିମସାର ସ୍ଥିତ ଆନଟୋମି ବିଭାଗରେ ମୃତ୍ୟୁ ପରେ ଶରୀର ଦାନ ସମୟରେ ସ୍ୱେଚ୍ଛାକୃତ ସେବା ପ୍ରଦାନ କରୁଥିବା ଖିରେସ କୁମାର ବାରିକ, ବ୍ରହ୍ମାନନ୍ଦ ମହାନନ୍ଦ, ବିପ୍ର ତାଣ୍ଡି ଏବଂ ପିଣ୍ଟୁ ବନଛୋର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ପୂର୍ବରୁ ରକ୍ତଦାନ ଓ ମୃତ୍ୟୁ ପରେ ଶରୀର ଦାନ ଆନ୍ଦୋଳନରେ କାର୍ଯ୍ୟ କରି ଆସୁଥିବା ଉର୍ତ୍ସଗ ପ୍ରତିଷ୍ଠା ଦିବସରୁ ଚକ୍ଷୁ ଦାନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିବ ବୋଲି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶିବ ନାରାୟଣ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁଧିର ପୂଜାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବା ବେଳେ ଡ. ବିଜୟ ପ୍ରଧାନ ମୃତ୍ୟୁ ପରେ ଶରୀର ଦାନ ସମ୍ମାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories