www.samajalive.in
Sunday, December 7, 2025
23.1 C
Bhubaneswar

ତ୍ରିରଙ୍ଗା ପ୍ରିୟ ହକିମା ଚାଚା

ତ୍ରିରଙ୍ଗା ମୋ ଜୀବନ, ମୋ ପରିଚୟ- ମୋ ପରେ ହିଁ ଏ ସାଇକଲ୍‍ରୁ ଯଦି କେହି ତ୍ରିରଙ୍ଗାକୁ ଅଲଗା କରିପାରିବ। ତ୍ରିରଙ୍ଗାକୁ ନେଇ କରାଯାଉଥିବା ପ୍ରଶ୍ନ ପାଇଁ ଆବେଗଭରା କଣ୍ଠରେ ଏଭଳି ଉତ୍ତର ଦିଅନ୍ତି ଚାଚା ହକିମା। ଦିନରାତି, କାମ କରୁଥିବା ବେଳେ ହେଉ କି ବିଶ୍ରାମ ନେଉଥିବା ସମୟରେ-ତ୍ରିରଙ୍ଗାକୁ ନିଜ ସହିତ ରଖିଥାନ୍ତି ହକିମା ଚାଚା। ତାଙ୍କ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ପାଲଟିଯାଇଛି ତ୍ରିରଙ୍ଗା ପତାକା। ମଥୁରାର କୋସିକଲା ଅନ୍ତର୍ଗତ ଗାଙ୍ଗୱାନ ବାସିନ୍ଦା ୭୯ବର୍ଷୀୟ ଅବ୍‍ଦୁଲ ହକିମଙ୍କୁ ସମସ୍ତେ ହକିମା ଚାଚା ନାମରେ ଜାଣନ୍ତି। ଆଠଟି ସନ୍ତାନଙ୍କର ପିତା ହକିମା ଚାଚା ସାଇକଲ ଧରି ଖବରକାଗଜ, ବହିପତ୍ର ବିକ୍ରି କରି ପରିବାର ଚଳାଇଥାନ୍ତି। ଅଭାବ ଯନ୍ତ୍ରଣା ଦେଉଥିଲେ ବି ତ୍ରିରଙ୍ଗା ପ୍ରତି ତାଙ୍କର ମୋହ ଊଣା ହୋଇନାହିଁ। ତାଙ୍କ ପାଇଁ ପ୍ରତ୍ୟେକ ଦିନ ରାଷ୍ଟ୍ରୀୟ ପର୍ବ। ପିଲାଦିନେ ସେ ସ୍କୁଲରେ ପଢୁଥିବା ବେଳେ ଜେଜେବାପା ପନ୍ନି ଖାନ୍‍ ଏବଂ ବାପା ଗଫୁର ତାଙ୍କ ହାତରେ ଏକ ତ୍ରିରଙ୍ଗା ଧରାଇ ଦେଇ କହିଥିଲେ- ‘ଇଏ ଖାଲି ପତାକା ନୁହେଁ, ଆମ ଦେଶର ଗୌରବ।
ଦେଶ ଆମ ପାଇଁ ପ୍ରାଣଠାରୁ ଅଧିକ ପ୍ରିୟ। ଦେଶଭକ୍ତିକୁ କେବେ ନିଜ ମନରୁ ଦୂରେଇ ଦେବୁନାହିଁ।’ ବାସ୍‍, ସେବେଠାରୁ ତ୍ରିରଙ୍ଗା ହକିମା ଚାଚାଙ୍କ ଜୀବନର ଅନ୍ତରଙ୍ଗ ହୋଇଯାଇଛି। ତୃତୀୟ ଶ୍ରେଣୀ ପରେ ତାଙ୍କର ପାଠ ପଢା ବନ୍ଦ ହୋଇଯାଇଥିଲା। ଏହାପରେ ସେ ରିକ୍‍ସା ଚଳାଇଲେ। ସେତେବେଳେ ଛୋଟଛୋଟ ତ୍ରିରଙ୍ଗା ତାଙ୍କ ରିକ୍‍ସା ଆଗରେ ଉଡୁଥିଲା। କିଛି ଅର୍ଥ ସଞ୍ଚୟ କରିବା ପରେ ସେ ତୁରନ୍ତ ଖଦି ଭଣ୍ଡାରରୁ ଏକ ତ୍ରିରଙ୍ଗା ପତାକା କିଣି ଆଣିଲେ। ପ୍ରଥମେ ଏହାକୁ ଘର ଉପରେ ଉଡାଇଥିଲେ। ମନ ନମାନିବାରୁ ସାଇକେଲ ଆଗରେ ଲଗାଇ ନିଜ ସହିତ ସବୁବେଳ ପାଇଁ ରଖିଲେ। ଦେଶର ଗୌରବ ତ୍ରିରଙ୍ଗାକୁ ଦେଖିଲେ ମନରେ ଶକ୍ତି ଭରିଯାଏ ବୋଲି କହନ୍ତି ହକିମା ଚାଚା। ତାଙ୍କର ଏମିତି ନିରୋଳା ଦେଶପ୍ରେମରେ ପ୍ରଭାବିତ ହୋଇ ଲୋକେ ପୁରୁଣା ଖବରକାଗଜଟିଏ ବି ଦଶଟଙ୍କା ଦେଇ କିଣିନେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ବି ସୋସିଆଲ ମିଡିଆରେ ଏକପ୍ରକାର ତାରକା ପାଲଟିଯାଆନ୍ତି ହକିମା ଚାଚା। ଏସବୁରେ ତାଙ୍କର କିଛି ଯା’ଆସ ନଥାଏ। ନିଜ ତ୍ରିରଙ୍ଗାକୁ ଗର୍ବରେ ସାଇକଲ ଆଗରେ ଉଡାଇ ଚାଲିଥାନ୍ତି ସେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories