ତିଗିରିଆ : ତାଲୁକ ଆଇନ୍ ସେବା କମିଟି ତିଗିରିଆ ଆନୁକୂଲ୍ୟରେ ତିଗିରିଆ କୋର୍ଟ ପରିସରରେ ବୁଧବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷା ତଥା ତିଗିରିଆ କୋର୍ଟର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋର୍ଟ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ମଙ୍ଗଳକୃଷ୍ଣ ଦାସ, ବରିଷ୍ଠ ଆଇନଜୀବୀ ବିକ୍ରମ କେଶରୀ ଦାଶ, ସରୋଜ କୁମାର ସାହୁ, ଶ୍ରୀକାନ୍ତ ସାହୁ, ରଞ୍ଜନ ମହାରଣା, ଆଶୁତୋଷ ମିଶ୍ର, ଅର୍ଚ୍ଚନା ସିଂ ସାମନ୍ତ, ଆଠଗଡ଼ ବନଖଣ୍ଡର ଏସିଏଫ ହରେକୃଷ୍ଣ ମଲ୍ଲିକ, ପବିତ୍ର ମୋହନ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ପ୍ରମୁଖଙ୍କ ସହିତ ବନ ବିଭାଗ କର୍ମଚାରୀ ଓ ଛାତ୍ରମାନେ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



