www.samajalive.in
Sunday, December 14, 2025
26.1 C
Bhubaneswar

କୃଷି ରଥ ପରିକ୍ରମାର ଶୁଭାରମ୍ଭ

ତିଗିରିଆ :  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ତିଗିରିଆ ବ୍ଲକରେ କୃଷି ରଥ  ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷିରେ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ କେନ୍ଦ୍ରର ଅଧ୍ୟକ୍ଷ ହରେନ୍ଦ୍ର ଦଳେଇଙ୍କ ତତ୍ତ୍ଵାବଧାନରେ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ କୃଷି ରଥକୁ ସବୁଜ ପତାକା ପ୍ରଦର୍ଶନ କରି ପରିକ୍ରମାର ଉଦଘାଟନ କରିଥିଲେ। ଏହି ରଥ ଆଜିଠାରୁ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପରିକ୍ରମା କରିବା ସହିତ ଚାଷୀମାନଙ୍କ ମଧ୍ୟରେ ସରକାରଙ୍କ ଦ୍ବାରା ପ୍ରଚଳିତ କୃଷି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବ। ଲୋକେ କିଭଳି ଏହି ଯୋଜନା ଗୁଡିକରେ ନିଜକୁ ସଂଶ୍ଳିଷ୍ଟ କରାଇ ତାହାର ସୁଫଳ ପାଇପାରିବେ ଏବଂ କୃଷି ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଶିକ୍ଷା କରିପାରିବେ ସେ ନେଇ ଅବଗତ କରାଇବ। ଏହି ରଥରେ ଥିବା ଏଲଇଡି ଭିଡିଓ ମାଧ୍ୟମରେ କୃଷି ଓ କୃଷକ ବିକାଶ ପାଇଁ ସରକାରଙ୍କ ଯୋଜନା ଗୁଡିକର ସବିଶେଷ ପଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ଦୁଇ ଜିଲାପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ, ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି ପ୍ରମୂଖଙ୍କ ସହିତ କୃଷି ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories