www.samajalive.in
Sunday, December 7, 2025
23.1 C
Bhubaneswar

ମିଳୁନି ସିସିଟିଭି ଫୁଟେଜ, ୫ଟି ଟାସ୍କ ଫୋର୍ସ ଗଠନ

ତିଗିରିଆ: ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଗାଡ଼ିରୁ ୧.୬୭ କୋଟି ଲୁଟ ଘଟଣାରେ ଲୁଟିଆଙ୍କ ଟେର୍‌ ପାଇପାରିନି ପୁଲିସ। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୫ଟି ଟାସ୍କ ଫୋର୍ସ ଗଠନ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ସେଥିମଧ୍ୟରୁ ଦୁଇଟି ବୈଷୟିକ ଟିମ ରହିଛି। ତେବେ ଟଙ୍କା ଗାଡ଼ିରେ ଥିବା ସିସିଟିଭି ଫୁଟେଜ ଏବେ ସୁଦ୍ଧା ପୁଲିସର ହସ୍ତଗତ ହୋଇନାହିଁ। ସେଥିରୁ ବହୁତ କିଛି ତଥ୍ୟ ପାଇବାରେ ଆଶା ରଖିଛି ପୁଲିସ।

ଏହାବାଦ୍ କେତେକ ସନ୍ଦିଗ୍ଧଙ୍କୁ ପୁଲିସ ପୃଥକ୍‌ ସ୍ଥାନରେ ପଚରାଉଚରା କରୁଥିବା ସୂଚନା ମିଳିଛି। ଲୁଟ୍‌ ସମୟରେ ଗାଡ଼ିରେ ଥିବା କର୍ମଚାରୀମାନଙ୍କୁ ଗତକାଲି ଠାରୁ ପଚରାଉଚରା​‌ ଜାରି ରହିଥିବା ବେଳେ ଗତ ରାତିରେ ଘଟଣା ସ୍ଥଳକୁ ଏବଂ ସେମାନଙ୍କ ଦ୍ବାରା ଟଙ୍କା ଭର୍ତ୍ତି କରାଯାଇଥିବା ବିଭିନ୍ନ ଏଟିଏମ୍ ଗୁଡ଼ିକୁ ନିଆଯାଇ ସାଇଣ୍ଟିଫିକ୍‌ ଟିମ୍ ତଦନ୍ତ କରିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଗଠିତ ଦୁଇ ବୈଷୟିକ ଟିମ୍ ଦ୍ବାରା ବିଭିନ୍ନ ସିସିଟିଭି ଯାଞ୍ଚ କରାଯାଇଛି। ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଘଟଣାର ତଦନ୍ତ କରୁଛନ୍ତି। ଆଜି ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଦତ୍ତ ବରାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ ଓ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ତିଗିରିଆ ଥାନାରେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories