www.samajalive.in
Sunday, December 7, 2025
14.1 C
Bhubaneswar

ଅବକାରୀ ଚଢାଉ ; ପୋଚ ଓ ଦେଶୀ ମଦ ଜବତ

ତିଗିରିଆ : ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା (ପଣସପାଟଣା) ଓ ରେଙ୍ଗାଲି କେନାଲ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧୬୦୩୦ ଲିଟର ଗୁଡ ପୋଚ ଓ ୧୫୪୦ ଲିଟର ରନ୍ଧା ଦେଶୀ ମଦ, ଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି ।
ସୋମବାର ଏହି ଚଢାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ମୋବାଇଲ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲା, ଆଠଗଡ଼ ଅବକାରୀ ଉପ ନିରୀକ୍ଷକ ସୌମ୍ୟ ରଂଜନ ମାଝୀ, ମୋବାଇଲ ଅବକାରୀ ଉପ ନିରୀକ୍ଷକ ଅଜିତ କୁମାର ପାତ୍ର ଓ ଅବକାରୀ ଉପ ନିରୀକ୍ଷକ ଅର୍ପିତା ସାହୁ ପ୍ରମୁଖଙ୍କ ସହିତ ଅବକାରୀ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଏହି ଚଢାଉରେ କେହି ମଦ ମାଫିଆ ଗିରଫ୍ ହୋଇନଥିବା ବେଳେ ୫ ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories