www.samajalive.in
Monday, December 15, 2025
15.1 C
Bhubaneswar

ଗଦାଧରପୁର ପ୍ରକଳ୍ପରୁ ମିଳୁନି ପର୍ଯ୍ୟାପ୍ତ ପିଇବା ପାଣି; ମୋଟର ଲଗାଇ ଶୋଷି ନେଉଛନ୍ତି ଜଳ

ତିଗିରିଆ: ତିଗିରିଆ ବ୍ଲକ ଗଦାଧରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପାନୀୟ ଜଳ କଷ୍ଟ ଲୋକଙ୍କ ଦୁଃଖ ବଢ଼ାଇ ଦେଉଛି। ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଆସିଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପର୍ଯ୍ୟାପ୍ତ ଜଳ ସଂଗ୍ରହ ହୋଇ ପାରୁ ନଥିବା ବେଳେ ଅନେକ ବ୍ୟକ୍ତି ବେଆଇନ ଭାବେ ଘରକୁ ପାଇପ ସଂଯୋଗ କରି ମୋଟର ଯୋଗେ ଆବଶ୍ୟକତାଠାରୁ ଅଧିକ ଜଳ ଶୋଷି ନେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଅନେକ ସ୍ଥାନକୁ ଜଳ ପହଞ୍ଚି ପାରୁନାହିଁ। ଲୋକେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି।

ପ୍ରକଳ୍ପ ଆରମ୍ଭରୁ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉନାହିଁ। ଅପରପକ୍ଷେ ପ୍ରତ୍ୟହ ଯେଉଁ ଦୁଇ ଓଳି ଜଳ ଯୋଗାଣ ହେଉଛି, ତାହା ମଧ୍ୟ ସମସ୍ତଙ୍କୁ ମିଳିବା ସମ୍ଭବ ହେଉନାହିଁ। ପ୍ରକଳ୍ପର ଉପର ମୁଣ୍ଡରେ କିଛି ବ୍ୟକ୍ତି ପାଇପରୁ ମୋଟର ସଂଯୋଗ କରି ପାଣି ଟାଣି ନେଇ ଯାଉଥିବାରୁ ଗ୍ରାମର ତଳମୁଣ୍ଡରେ ଥିବା ଅନେକ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚି ପାରୁନି । ତା’ସହିତ କେତେକ ସ୍ଥାନରେ ନିର୍ମିତ ଷ୍ଟାଣ୍ଡ ପୋଷ୍ଟଗୁଡିକର ଟ୍ୟାପ ନଥିବାରୁ ଅନବରତ ପାଣି ବୋହି ଯାଉଛି। ତେଣୁ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଗଦାଧରପୁର ଜନସାଧାରଣ ଜଳକଷ୍ଟ ଭୋଗ କରୁଥିବା ଥିବାବେଳେ ଚଳିତବର୍ଷ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ମୋଟର ଦ୍ବାରା ପାଣି ଟାଣି ନେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ସବୁ ଅଞ୍ଚଳରେ ଆବଶ୍ୟକ ପରିମାଣରେ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ପକ୍ଷରୁ ମୋଟର ଦ୍ଵାରା ପାନୀୟ ଜଳ ସଂଗ୍ରହ କରୁଥିବା ଲୋକଙ୍କୁ ଅନେକବାର ସଚେତନ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଭ୍ରୁକ୍ଷେପ କରୁନଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories