www.samajalive.in
Sunday, December 14, 2025
26.1 C
Bhubaneswar

ପଞ୍ଚାୟତ ସମ୍ମୁଖରେ ଧାରଣା ଦେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ଆତ୍ମସମର୍ପଣକାରୀ ମହିଳା ମାଓବାଦୀ। ଅଡବା ଥାନା ଗୋଠା ଗ୍ରାମର ମହିଳା ମାଓବାଦୀ ଆରତୀ ପାତ୍ର (ମାଓବାଦୀ ନାମ-ରିତା) ୨୦୦୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ୨୦୧୧ରେ ତତ୍କାଳୀନ ଗଜପତି ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ହେଲେ ସରକାରୀ ପ୍ରତିଶ୍ରୁତି ହିସାବରେ କିଛି ଟଙ୍କା ମାତ୍ର ପାଇଥିବା ଅଭିଯୋଗ କରିଛନ୍ତି ଆରତୀ। ଆତ୍ମସମର୍ପଣ ନିୟମ ପ୍ରକାରେ ଯାଗା ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସେ ଜାଗା ପାଇନଥିଲେ। ତେଣୁ ଚନ୍ଦ୍ରଗିରିରେ ଏକ ସରକାରୀ ଜାଗାକୁ ଦଖଲ କରି ରଖିଥିଲେ। କିନ୍ତୁ କିଛି ବ୍ୟକ୍ତି ସେହି ଘରକୁ ଭାଙ୍ଗି ନିଜ ଅତିଆରକୁ ନେଇ ଯାଇଛନ୍ତି। ତେଣୁ ବାଧ୍ୟ ହୋଇ ସ୍ୱାମୀଙ୍କ ସହ ସେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏଁ ଧାରଣା ଅବ୍ୟାହତ ରହିବ ବୋଲି ସୂଚନା ଦେଇଛନ୍ତି ଆରତୀ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories