www.samajalive.in
Monday, December 8, 2025
13.1 C
Bhubaneswar

ସୁଦାନ ଘଟଣା: ଅପରେସନ ‘କାବେରୀ’ରେ ଭାରତ ଫେରୁଛନ୍ତି ୩୬୦ ଜଣ

ଡେସ୍କ: କାବେରୀ ଅଭିଯାନ ଅଧୀନରେ ଆଜି ଜେଦ୍ଦାହ ବିମାନବନ୍ଦରରୁ ନୂଆଦିଲ୍ଲୀକୁ ୩୬୦ ଜଣ ଭାରତୀୟ ଆସୁଛନ୍ତି। ସୁଦାନ ସେନା ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିବାରୁ ସେଠାରେ ଅଟକି ରହିଥିବା ଭାରତୀୟ ମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ସୁଦାନରୁ ପ୍ରାୟ ୩୦୦ରୁ ୫୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇ ସାରିଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିଛି। ସରକାରୀ ସୂଚନା ଅନୁଯାୟୀ, ସୁଦାନ ବନ୍ଦରରେ ଜାହାଜ ପ୍ରସ୍ତୁତ ରଖାଯାଇଛି। ପୂର୍ବରୁ ୨୭୮ ଜଣ ଭାରତୀୟଙ୍କୁ ସୁଦାନ ବନ୍ଦରରୁ ଜେଦ୍ଦାହ ପର୍ଯ୍ୟନ୍ତ ଅଣାଯାଇ ସାରିଛି। ଏହି ପ୍ରକ୍ରିୟାରେ ଏବେ ଘରୋଇ ବିମାନ ସେବା ପ୍ରଦାନକାରୀ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅନୁମତି ମିଳିଲେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଭାରତରୁ ଜେଦ୍ଦାହ ପର୍ଯ୍ୟନ୍ତ ବିମାନ ଉଡାଣ କରିବେ ବୋଲି କହିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories