www.samajalive.in
Sunday, December 7, 2025
23.1 C
Bhubaneswar

ନୂଆପାଟଣା ଓ ଜେମାଦେଇପୁରରେ ପ୍ରସିଦ୍ଧ ଖଣ୍ଡାପାଟୁଆ ଯାତ୍ରା

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ଓ ନୂଆପାଟଣା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ରୁଦ୍ରକାଳୀ ଏବଂ ଦକ୍ଷୀଣକାଳୀ ପୀଠରେ ପ୍ରସିଦ୍ଧ ଖଣ୍ଡା ପାଟୁଆ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୭ ଦଶକରୁ ଅଧିକ ବର୍ଷ ଧରି ମା’ଙ୍କ ପୀଠରେ ପ୍ରତିବର୍ଷ ପଣାସଂକ୍ରାନ୍ତି ଦିନ ଏହି ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଯାତ୍ରାରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁସାରେ ସନ୍ତାନ ଆଶାରେ ମାନସିକଧାରୀ ମାନେ ମା’ଙ୍କ ନିକଟରେ ମହାନ ପ୍ରାପ୍ତି ପାଇଁ ମାନସିକ କରନ୍ତି ଓ ମାନସିକ ପୂରଣ ହେବା ପରେ ମା’ଙ୍କ ପୀଠରେ ପୂଜା ପାଉଥିବା ଯୁଗଳ ଖଣ୍ଡା ଉପରେ ଠିଆ ହୋଇ ଗ୍ରାମ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇ ଶେଷରେ ମା’ ରୁଦ୍ରକାଳୀଙ୍କ ଚଳନ୍ତି ପ୍ରତିମା ରାମେଶ୍ୱର ମହାଦେବଙ୍କ ପୀଠରେ ପହଞ୍ଚିବା ପରେ ଏବଂ ସେହି ପୀଠରେ ନୂଆପାଟଣାର ଦକ୍ଷିଣକାଳୀଙ୍କ ଚଳନ୍ତି ପ୍ରତିମା ପହଞ୍ଚିବା ପରେ ଉଭୟ ବିଗ୍ରହଙ୍କ ମିଳନରେ ଯାତ୍ରା ଆରମ୍ଭ ହୋଇଥାଏ। ଯାତ୍ରା ଶେଷରେ ଉଭୟ ବିଗ୍ରହ ନିଜ ମନ୍ଦିରକୁ ଫେରିଥାନ୍ତି। ଚଳିତବର୍ଷ ପ୍ରାୟ ୩୦ଜଣ ମାନସିକଧାରୀ ମା’ଙ୍କ ନିକଟରେ ନିଜର ମାନସିକ କରିଥିବା ବେଳେ ଯାତ୍ରାରେ କାଳେସୀ ପ୍ରକାଶ ଚନ୍ଦ୍ର ପାତ୍ର ଓ ସୁଶାନ୍ତ ଦାସଙ୍କ ଉପସ୍ଥିତିରେ ଖଣ୍ଡାପାଟୁଆ ଭାବେ ଉଦ୍ଧବ ପରମାଣିକ ଓ ଶ୍ରୀବତ୍ସ ଭଞ୍ଜ ଖଣ୍ଡା ଧାରରେ ଛିଡ଼ା ହୋଇ ନଗର ପରିକ୍ରମା କରିଥିଲେ । ଏହି କାର୍ୟ୍ୟକ୍ରମରେ ପାଟଭକ୍ତଙ୍କ ସହିତ ପାଟଦଣ୍ଡୁଆ ଦଳ ସହଯୋଗରେ ଏହି ଯାତ୍ରା ସମ୍ପନ୍ନ ହୋଇଥିଲା । ଯାତ୍ରାକୁ ଜେମାଦେଇପୁର ସଭାପତି ଶ୍ରୀନିବାସ ବେହେରା ଏବଂ ନୂଆପାଟଣା ସଭାପତି ପ୍ରକାଶ କୁମାର ଦାସ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଏହି ଯାତ୍ରା ଦେଖିବାକୁ ଉଭୟ ଗ୍ରାମ ଲୋକାରଣ୍ୟ ହୋଇ ପଡ଼ିଥିଲା ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories