ଦୁର୍ଗାଦେବୀଙ୍କ ପୀଠରେ ଝାମୁଯାତ୍ରା
ତିଗିରିଆ : ତିଗିରିଆ ବ୍ଲକର ଆରାଧ୍ୟା ଶକ୍ତି ପୀଠ ମହାନଦୀ କୂଳରେ ବିଜେ ମା’ ଦୁର୍ଗାଦେବୀଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ପବିତ୍ର ପଣା ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ପୀଠରେ ଠାକୁରାଣୀଙ୍କ ସ୍ବତନ୍ତ୍ର ପୂଜା ସେବା ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୁଇଟି ଝାମୁରେ ଯଥାକ୍ରମେ ସାମପୁର ଗ୍ରାମର ରମେଶ ବେହେରା ୧୬୦ ହାତ ଏବଂ ହାଟମାଳର ସୁର ଦାସ ୭ ହାତ ନିଆଁ ରଡ଼ରେ ଚାଲିଥିଲେ । ପୀଠରେ ମୁଖ୍ୟ ସେବିକା ବ୍ରହ୍ମଚାରିଣୀ ବ୍ରହ୍ମପ୍ରିୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେବାୟତ ଶଶୀ ଭୂଷଣ ମହାପାତ୍ର, ଶ୍ରୀନିବାସ ମହାପାତ୍ର, କାଳେସୀ ପ୍ରକାଶ ରଣା, ସେବାୟତ ବୃନ୍ଦାବନ ରଣା, ଅଜୟ ରଣା, ପ୍ରତାପ ରଣା, ମଙ୍ଗୁଳି ରଣା, ଦୀନବନ୍ଧୁ ରଣା ପ୍ରମୁଖ ଦେବୀଙ୍କ ସମସ୍ତ ପାରମ୍ପରିକ ପୂଜା ନୀତି ସଂପାଦନ କରିଥିଲେ । ଗ୍ରାମ୍ୟ ସଭାପତି ମାୟାଧର ପତି, ବ୍ରଜବନ୍ଧୁ ପଣ୍ଡା, ପ୍ରତାପ ପତି ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ। ଏହି ଝାମୁ ଯାତ୍ରା ଦେଖିବା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
Comments are closed.