www.samajalive.in
Monday, December 8, 2025
27.1 C
Bhubaneswar

ବେଆଇନ୍ କ୍ରସର ସିଲ୍ କଲେ ତହସିଲଦାର

ତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ ବାରମାଣ ଜଙ୍ଗଲ ନିକଟବର୍ତ୍ତୀରେ ଥିବା ଏକ ବେଆଇନ କ୍ରସର ଉପରେ ତିଗିରିଆ ତହସିଲ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ ପରେ କ୍ରସର ସିଲ୍ କରାଯାଇଥିବା ଜଣାପଡିଛି। ଜଙ୍ଗଲ ଜମି ନିକଟରେ ଏକ ଘରୋଇ ଜମି ଉପରେ ଉକ୍ତ ବେଆଇନ କ୍ରସରଟି ଗଢି ଉଠିଥିଲା। ସେଠାରେ ଥିବା କ୍ରସର ମେସିନ ଏବଂ ପରିସରରେ ଥିବା ଏକ ଘରକୁ ସିଲ୍ କରାଯାଇଥିବା ତହସିଲଦାର ପ୍ରମୋଦ କୁମାର ବାସ୍କେ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ସୁଚିତ୍ରା ଜେନା, ସବଇନସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ନିଜିଗଡ଼ ରାଜସ୍ବ ନୀରିକ୍ଷକ ରାମନାଥ ଗୁରୁ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories