ନରସିଂହପୁର: ନରସିଂହପୁର ବ୍ଲକ ଅର୍ନ୍ତଗତ କାନପୁର ଥାନା ଋଷିପଡା ଛକ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରର ଦେଅଣକାରୀଙ୍କ ବାଇକ ଡିକି ଭାଙ୍ଗି ୨ଲକ୍ଷ୭୫ହଜାର ଟଙ୍କା କେହି ଦୁର୍ବୁତ୍ତ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନାରୁ ପ୍ରକାଶ ଯେ, କାନୁପର ଥାନା ଅର୍ନ୍ତଗତ କଅଁରପୁର ଗ୍ରାମର ବିନୋଦ କୁମାର ସ୍ୱାଇଁ ଋଷିପଡା ଛକ ନିକଟରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି।
ମଙ୍ଗଳବାର ଅପରାହ୍ନରେ ନରସିଂହପୁର ସ୍ଥିତଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ୭୫ହଜାର ଟଙ୍କା ଉଠାଇ ଋଷିପଡା ସ୍ଥିତ ଗ୍ରାହକ ସେବା କେନ୍ଦ୍ରରେ ଅଟକି ପାଖ ଦୋକାନକୁ ଯାଇଥିଲେ। ସେଠାରୁ ଫେରି ଦେଖିଲା ବେଳକୁ ତାଙ୍କର ଡିକି ଭାଙ୍ଗି ଦୁର୍ବୁତ୍ତମାନେ ୨ଲକ୍ଷ ୭୫ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାପରେ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରିଥିଲେ। ମାତ୍ର ଦୁର୍ବୁତ୍ତଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଏହା ପରେ କାନପୁର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।



