www.samajalive.in
Sunday, December 14, 2025
17.1 C
Bhubaneswar

ଦାଦାବଟି ନ ଦେବାରୁ ବୋମାମାଡ଼: ଆକ୍ରମଣକାରୀ ସହ ୩ ଗୁରୁତର

ବ୍ରହ୍ମପୁର: ନିମଖଣ୍ଡି ଜୋଗିଆପଲ୍ଲି ଗାଁରେ ବୋମାମାଡ଼ ହୋଇଛି। ବୋମାମାଡ଼ କରିଥିବା ୨ ଯୁବକଙ୍କ ସହ ୩ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ବଚସା ପରେ ଦୁର୍ବୁତ୍ତ କରିଥିଲେ ବୋମାମାଡ଼ କରାଯାଇଛି। ଦାଦା ବଟି ନ ଦେବାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବୋମା ମାଡ଼ ବେଳେ ଛିଣ୍ଡିଲା ହାତ, ଗାଲ ଓ କାନ୍ଧ। ଏହି ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ବ୍ରହ୍ମପୁର ନିମଖଣ୍ଡି ଥାନା ନୂଆ ଯୋଗିଆପଲି ଗାଁରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଯୋଗିଆପଲି ଗାଁର କାର୍ତ୍ତିକ ପାତ୍ର, କାଳିଆ ପାତ୍ର ଓ ଏମ ମହେଶ ଦୋରା ବୋଲି ଜଣାପଡ଼ିଛି।

- Advertisement -

କାର୍ତ୍ତିକ ଜଣେ ଟ୍ରକ୍ ମାଲିକ। ଗାଁ ଛକରେ ଟ୍ରକରେ କାମ କରୁଥିବା ମଜୁରୀଆମାନଙ୍କୁ ମଜୁରୀ ଦେଇ ସେ ଘରକୁ ଆସିବାକୁ ବାହାରୁଥିବା ବେଳେ ପଛପଟୁ କାଳିଆ ପାତ୍ର ଓ ଏମ ମହେଶ ଦୋରା ଏକ ବାଇକରେ ଆସିଥିଲେ। କାଳିଆ ଧରିଥିବା ବୋମା କାର୍ତ୍ତିକଙ୍କୁ ଉପରକୁ ଫୋପାଡ଼ିଥିଲା। ଏହି ସମୟରେ କଳିଆ ହାତରେ ବୋମାଟି ଫୁଟି ଯାଇଥିଲା। ଏଥିସହ ବୋମା ମାଡ଼ରେ କାର୍ତ୍ତିକଙ୍କ ପିଠିରେ କ୍ଷତ ହେବା ସହ ତାହା ଛିଟିକି ଯାଇ କାଳିଆର ବାଇକ୍ ପଛରେ ବସିଥିବା ମହେଶଙ୍କ ମୁହଁରେ ମାଡ଼ ହୋଇଥିଲା। କାଳିଆର ହାତ ଛିଡ଼ି ଯାଇଥିବା ବେଳେ ମହେଶର ଗୋଟିଏ ପାଖ ଗାଲ ଛିଡ଼ି ଯାଇଛି। ତେଣୁ ତିନିହେଁ ଗୁରୁତର ହୋଇଛନ୍ତି। ସମସ୍ତେ ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories