ସିଲିଣ୍ଡର ଫାଟି ଶିଶୁ ମୃତ, ୪ ଗୁରୁତର

ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର ନିକଟ ମିର୍ଜାପୁରରେ ଅଘଟଣ। ରୋଷେଇବେଳେ ଗ୍ୟାସ ସିଲିଣ୍ଡର ଫାଟି ବଡ଼ ଏହି ଅଘଟଣ ଘଟିଛି। ବଳରାମଗଡ଼ିରେ ଗ୍ୟାସ ସିଲିଣ୍ଡର ଫାଟି ଘରେ ନିଆଁ ଲାଗିଯିବାରୁ ଶିଶୁଟି ସମ୍ପୂର୍ଣ୍ଣ ପୋଡ଼ି ଯାଇ ମୃତ୍ୟୁ ହୋଇଥିଲା। ସେହିପରି ଗ୍ୟାସ ସିଲିଣ୍ଡର ଫାଟିଯିବା ଦ୍ବାରା ଘରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଏଥିରେ ପରିବାରର ଆଉ ୪ଜଣ ନିଅାଁରେ ପୋଡ଼ି ଯାଇଥିଲେ। ନିଆଁରେ ପୋଡ଼ି ହୋଇ ଯାଇଥିବା ପରିବାର ୪ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ସୂଚନା ମିଳିଛି। ତେବେ ପରିବାରକୁ ଜିଲା ପ୍ରସାଶନ ପକ୍ଷରୁ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
Comments are closed.