ଅଚଳକୋଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର; ୧୨୬ ୟୁନିଟ୍‌ ରକ୍ତ ସଂଗୃହିତ

ତିଗିରିଆ: ତିଗିରିଆ ବିଜୁ ମହିଳା, ଯୁବ, ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ପକ୍ଷରୁ ଅଚଳକୋଟ ତିନିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୧୨୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।

prayash

ଆୟୋଜିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ତଥା ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିବା ସହିତ ଦଳୀୟ କର୍ମକର୍ତ୍ତା ଏବଂ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ରକ୍ତ ଭଣ୍ଡାରର ଡାକ୍ତରୀ ଦଳ ଏହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ତିଗିରିଆ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୂପା ଦଳେଇ, ଦୁଇ ଜିଲ୍ଲାପରିଷଦ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍‌, ବ୍ଲକ ବିଜେଡି ସଭାପତି ଅଜିତ କୁମାର ଧୀର, ଅଚଳକୋଟ ସରପଞ୍ଚ  ରୋଜାଲିନ୍‌ ବଳିୟାରସିଂହ, ଭିରୁଡ଼ା ସମିତିସଭ୍ୟ ଧନେଶ୍ୱର ରଣା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ତାପସ କୁମାର ପ୍ରଧାନ, ବିଜୟ ବଳିୟାରସିଂହ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଜୀବନବିନ୍ଦୁ ଆବାହକ ରାକେଶ କୁମାର ଦାଶ ଏବଂ ସଂଯୋଜକ ପ୍ରଦୀପ ଦାସ ପରିଚାଳନା କରିଥିଲେ ।

kalyan agarbati

Comments are closed.