ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ଶୁଣ୍ଠିପାଳ ଏବଂ ଗୋଡ଼ିଝରିଆ ଗ୍ରାମରେ ନନ୍ଦୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ଗ୍ରାମରେ ଯୁବ ଏବଂ କୁନି କଳାକାରଙ୍କୁ ନେଇ ନନ୍ଦ, ଯଶୋଦା, କୃଷ୍ଣ,ବଳରାମ ଓ ହନୁମାନ ସହିତ ଅନ୍ୟ ଚରିତ୍ରର ଚିତାକର୍ଷକ ବେଶଧାରଣ କରାଇବା ସହିତ ନଦୀୟା ସଙ୍କୀର୍ତ୍ତନ ମଣ୍ଡଳିଙ୍କ ଗହଣରେ ନଗର ପରିକ୍ରମା କରିଥିଲେ। ଗ୍ରାମଗୁଡ଼ିକର ବାସିନ୍ଦାମାନେ ବେଶଧାରୀମାନଙ୍କ ଯାତ୍ରା ସମୟରେ ସେମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଗ୍ରାମର ପ୍ରତ୍ୟେକ ପରିବାରକୁ ଦଧି ବଣ୍ଟନ କରାଯାଇଥିଲା।
Popular Categories



