www.samajalive.in
Monday, December 15, 2025
16.1 C
Bhubaneswar

ବିଜୁ ମହିଳା ଜନତା ଦଳ ପକ୍ଷରୁ ଚଷାଆଁରାରେ ଶୁଖିଲା ଖାଦ୍ୟ ବଣ୍ଟନ

ତିଗିରିଆ: ତିଗିରିଆ ବ୍ଲକ ବିଜୁ ମହିଳା ଜନତା ଦଳ ପକ୍ଷରୁ ତିଗିରିଆ ବ୍ଲକରେ ମହାନଦୀ ବନ୍ୟାରେ ସର୍ବପ୍ରଥମେ ଜଳବନ୍ଦୀ ହୋଇ ରହିଥିବା ଚଷାଆଁରା ଗ୍ରାମର ବିପନ୍ନ ପରିବାରଗୁଡ଼ିକୁ ଶନିବାର ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ସମୁଦାୟ ୧୭୫ଟି ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ତାପସ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ବିଜୁ ମହିଳା ଜନତା ଦଳ ବ୍ଲକ ସଭାନେତ୍ରୀ ରୂପା ଦଳେଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ପୁରୁଣାତିଗିରିଆ ସରପଞ୍ଚ ପ୍ରତାପ ଜେନା, ବିଜୁ ମହିଳା ଜନତା ଦଳ ପୁରୁଣାତିଗିରିଆ ପଞ୍ଚାୟତ ସଭାନେତ୍ରୀ ମୀରାରାଣୀ ସାମଲ, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍‍ ପ୍ରମୁଖ ଉପସ୍ଥିତ ରହି ବିପନ୍ନ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଗତ ସୋମବାର ଠାରୁ ଚଷାଆଁରା ଗ୍ରାମଟି ଏବେବି ଜଳବନ୍ଦୀ ହୋଇ ରହିଛି। ଉକ୍ତ ଗ୍ରାମ ସଂଯୁକ୍ତ ରାସ୍ତାରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories