www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଚଷାଆଁରା ଗ୍ରାମ ପରିଦର୍ଶନ

ତିଗିରିଆ: ଚଳିତ ବନ୍ୟାରେ ତିଗିରିଆ ବ୍ଲକ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମ ଏବେବି ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଏହି ବନ୍ୟା ପରିସ୍ଥିତିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଶନିବାର ଗ୍ରାମକୁ ପରିଦର୍ଶନରେ ଯିବା ସହିତ ବିପନ୍ନ ଜନସାଧାରଣଙ୍କ ସହିତ ବନ୍ୟା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ବର୍ଷବର୍ଷ ଧରି ଚଷାଆଁରା ଗ୍ରାମକୁୁ ମହାନଦୀ ବନ୍ୟା ଜନିତ ଏହି ଜଳବନ୍ଦୀ ସମସ୍ୟାର କିପରି ସ୍ଥାୟୀ ସମାଧାନ ହୋଇପାରିବ ସେ ସମ୍ପର୍କରେ ଶ୍ରୀ ରଥ ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ଗ୍ରାମଟି ମହାନଦୀ ବନ୍ୟାରେ ତିଗିରିଆ ବ୍ଲକରେ ପ୍ରଥମେ ଜଳବନ୍ଦୀ ହେଉଥିବା ବେଳେ ବହୁ ବିଳମ୍ବରେ ଏଠାରୁ ବନ୍ୟାଜଳ ହ୍ରାସ ପାଇଥାଏ। ଏପରିକି ଏଠାକାର ଅଧିବାସୀ ବିଗତ ବନ୍ୟାରେ ୧୫ରୁ ୨୦ଦିନ ପର୍ଯ୍ୟନ୍ତ ଜଳବନ୍ଦୀ ରହିବା ସହିତ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇ ରହିବାର ନଜିର ରହିଛି। ଏ ସମ୍ପର୍କରେ ସ୍ଥାନୀୟ ବିପନ୍ନ ଜନସାଧାରଣଙ୍କ ସହିତ ଆଲୋଚନା ସମୟରେ ଏହି ବନ୍ୟା ଜନିତ କ୍ଷତିଗ୍ରସ୍ତ ଚଷାଆଁରା ଗ୍ରାମ ସହିତ ଆଖପାଖ ମୌଜା ତଥା ଗ୍ରାମବାସୀଙ୍କର ପ୍ରଭୃତ କୃଷି ସମ୍ପଦ ନଷ୍ଟ ହେଉଥିବାରୁ ସ୍ଥାୟୀ ସମାଧାନ ନେଇ ସମସ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ସହ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ମତ ଦେଇଥିଲେ। ପ୍ରତ୍ୟେକ ବର୍ଷ ଏପରି ସମସ୍ୟାର ସମ୍ମୁଖୀନ ତିଗିରିଆର ୫ଟି ପଞ୍ଚାୟତର ଚାଷବାସ ଉଜୁଡ଼ି ଯାଉଛି। ମହାନଦୀରେ ଆସୁଥିବା ସ୍ୱଳ୍ପ ବନ୍ୟାଜଳରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ କିଭଳି ଭାବେ ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ପଠାଇ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। କିପରି ହଜାର ହଜାର ଲୋକ ବର୍ଷବର୍ଷର ଏହି ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପୂର୍ବତନ ବିଧାୟକ ଶ୍ରୀ ରଥ ସରକାରଙ୍କୁ ନିବେଦନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରଥଙ୍କ ଏହି ପରିଦର୍ଶନ ସମୟରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ତିଗିରିଆ ବ୍ଲକ କୃଷକ କଂଗ୍ରେସ ଆବାହକ ମନୋରଞ୍ଜନ ଦାଶ ଓ କଟକ ଜିଲ୍ଲା ଯୁବକ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories