ବ୍ଲକସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ତିଗିରିଆ : ତିଗିରିଆ ବ୍ଳକ ସମବାୟ ବିଭାଗ ତରଫରୁ ବ୍ଳକସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ରବିବାର ନିଜିଗଡ଼ସ୍ଥିତ ଗାନ୍ଧି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।
ତିଗିରିଆ ବ୍ଲକ ସମବାୟ ସଂଯୋଜକ ରମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମ୍ପାଦକ ଅଭୟ କୁମାର ଲେଙ୍କା, ସମବାୟ ସମୂହ ଆଠଗଡ ମଣ୍ଡଳ ସହକାରୀ ନିବନ୍ଧକ ବିଜେନ୍ଦ୍ର ମହାନ୍ତି, ସେରିଫେଡ ସଭାପତି ଭାଗୀରଥୀ ନନ୍ଦ, ଓପଲଫେଡ ସଭାପତି ଭୋଳେଶ୍ଵର ସ୍ୱାଇଁ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ବ୍ଲକ ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଗୌରହରି ପରିଡ଼ା ପ୍ରମୁଖ ଯୋଗଦେଇ ନିଜ ଅଭିଭାଷଣ ପ୍ରଦାନ କରି ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳାର ଆୟୋଜନର ଉଦ୍ଦେଶ୍ୟ ତଥା ଏ ସଂକ୍ରାନ୍ତରେ ସରକାର ପ୍ରଣୟନ କରିଥିବା ଯୋଜନା ସମ୍ପର୍କରେ ସମବେତ ଚାଷୀମାନଙ୍କୁ ଅବଗତ କରାଇଥିଲେ।
ଏହାଛଡ଼ା ଚାଷୀମାନଙ୍କୁ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିଭିନ୍ନ ଋଣ ସମ୍ପର୍କରେ ଓ ରାଜ୍ୟ ସରକାରଙ୍କ ଦ୍ଵାରା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା ଆଦି ବିଷୟରେ ବିଷଦ ଭାବରେ ଉପସ୍ଥିତ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ନବ ନିର୍ବାଚିତ ପରିଚାଳନା ପରିଷଦର ସଦସ୍ୟ ଓ ସଦସ୍ୟାମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସ୍ଵୟଂ ସହାୟକ ଗୋଷ୍ଠୀ, ମିଳିତ ଦେୟ ଗୋଷ୍ଟୀ (ଜେ ଏଲ ଜି) ଓ କେ ସି ସିମାନଙ୍କୁ ରୁଣ ବଣ୍ଟନ କରାଯାଇଥିଲା। ଶେଷରେ ତିଗିରିଆ ବ୍ଲକର ଯୁଗ୍ମ ସମବାୟ ସଂଯୋଜକ ସେକ୍ ଅବଦୁଲ ତୋୟେବ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ୧୪ଗୋଟି ପଞ୍ଚାୟତର ଜନପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଚାଷୀମାନେ ଉପସ୍ଥିତ ଥିଲେ।
Comments are closed.