www.samajalive.in
Saturday, December 6, 2025
16.1 C
Bhubaneswar

ଗୁପ୍ତଧନ ପାଇଁ ଶିଶୁ ବଳି ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ଼ ସହରରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁପ୍ତଧନ ପାଇବାକୁ ଉକ୍ତ ଶିଶୁକୁ ବଳି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି । ଏନେଇ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରା ଆଜି ସକାଳୁ ଉକ୍ତ ମାମଲାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଏସପି ତଥା ସାଇଣ୍ଟିଫିକ ଟିମ୍ ଟିଟିଲାଗଡ଼ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ନାବାଳକ ଗୋରୁ ବଜାରର ଚେରୁ ପୋଢ଼ଙ୍କ ସାନ ପୁଅ ଏବଂ ସେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି । ପ୍ରାୟ ଦେଢ଼ ମାସ ପୁର୍ବରୁ ନାବାଳକ ନିଖୋଜ ଥିବା ପରିବାର ଲୋକେ କହିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories