www.samajalive.in
Friday, December 5, 2025
20.1 C
Bhubaneswar

ଟିଟିଲାଗଡରେ ଚାଞ୍ଚଲ୍ୟ; ସାନ ଭାଇକୁ ମାରିଦେଲା ବଡ ଭାଇ

ସମାଜ ଡିଜିଟାଲ ଡେସ୍କ: ସାନ ଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡରେ । ଥାନାରେ ବଡ ଭାଇ ଆତ୍ମସମର୍ପଣ କରି ସବୁ ସତ ମାନିଥିବା ସୂଚନା ମିଳିଛି । ୫/୬ମାସ ତଳେ ହାଟପଦା ପଡାର ନାବାଳକ ନିଖୋଜ ଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମାଆ । ପରବର୍ତ୍ତୀ ସମୟରେ ବଡ ପୁଅକୁ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ । ସାନ ଭାଇକୁ ମାରି ପ୍ରଥମେ ଘର ପଛ ପଟେ ପୋତିଥିଲା ନୃସଂଶ ବଡ ଭାଇ । ପରେ ଅନ୍ୟ କୌଣସି ସ୍ଥାନରେ ପୋତି ଦେଇଥିବା ସୂଚନା ମିଳିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉଭୟଙ୍କ ବୟସ ୧୨ରୁ ୧୭ବର୍ଷ ହେବ ବୋଲି ସୂଚନା ମିଳିଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories