ଚତ୍ମକାରୀ ୯ ଗୁରୁବାର ବ୍ରତ କଥା

0

ବିଭିନ୍ନ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ସଭିଏଁ ସୁଖଶାନ୍ତି , ସମୃଦ୍ଧି , ଧନ ଆଦି ଲାଭ କରନ୍ତି । ନିଜର ବିଶ୍ୱାସ ଓ ମନସ୍କାମନା ନେଇ ସଭିଏଁ ବ୍ରତ ଓ ଉପାସନା କରିଥାନ୍ତି । ଆସନ୍ତୁ ଜାଣିବା ସଦଗୁରୁ ସିରିଡ଼ି ସାଇବାଙ୍କ ଚତ୍ମକାରୀ ବ୍ରତ କଥା ।
ଏହି ବ୍ରତକୁ ୯ଟି ଗୁରୁବାର ଧରି କରାଯାଏ । ବ୍ରତର ବିଧି ଖୁବ ସରଳ ଓ ସହଯ । ଯେ କୌଣସି ଗୁରୁବାର ଠାରୁ ଏହାକୁ ଆରମ୍ଭ କରାଯାଇ ପାରିବ । ପ୍ରଥମେ ଯେଉଁ ଦିନ ଆରମ୍ଭ କରିବେ ସେ ଦିନ ନିତ୍ୟ କର୍ମ ସାରି ପ୍ରଥମେ ଏକ କଳସକୁ ସ୍ଥାପନ କରନ୍ତୁ । ଏହା ପରେ ବାବାଙ୍କ ଏକ ମୂର୍ତ୍ତିକୁ ପୋଛି ଏକ ନୂଆ ପୋଷାକ ପିନ୍ଧାଇ ଚନ୍ଦନ ଲଗାନ୍ତୁ । ଏହା ପରେ ଧୂପ , ଦୀପ , ଝୁଣା ଆଦି ଦେଇ ପେଡ଼ା ଭୋଗ ରୂପେ ଅର୍ପଣ କରନ୍ତୁ ଓ ୯ ଗୁରୁବାର ବ୍ରତ ବହି ପଢନ୍ତୁ । ଏହି ବହି ସମସ୍ତ ବାବାଙ୍କ ମନ୍ଦିରରେ ମିଳିଥାଏ । ବହିଟି ପଢିବା ପରେ ଏକ ନୂଆ ଚାମଚରେ ପାଣି ନେଇ ଯେଉଁ କାମନା ନେଇ ବ୍ରତ ଆରମ୍ଭ କରୁଛନ୍ତି ତାହା ଭାବି ବସାଇ ଥିବା କଳସରେ ତାହାକୁ ଢାଳନ୍ତୁ । ଏହା ପରେ ବାବାଙ୍କୁ ପ୍ରଣାମ କରି ଅର୍ପଣ କରିଥିବା ଭୋଗକୁ ସଭିଙ୍କୁ ବାଣ୍ଟି ଦିଅନ୍ତୁ ।
ଏହା ପରେ ନିଜେ ଫଳ ଆହରଣ କରନ୍ତୁ ଓ ଖରାବେଳର ଭୋଗ ନିମନ୍ତେ ରୁଟି , ଭଜା , ଦହି ,ଚଣା ଆଦି ପ୍ରସ୍ତୁତ କରନ୍ତୁ । ରୁଟିକୁ ନିଆଁରେ ନ ସେକି ତାୱାରେ କପଡ଼ାରେ ସେକନ୍ତୁ । ଏହି ସମସ୍ତକୁୂ ଦିନ ୧୨ଟାରେ ବାବାଙ୍କ ନିକଟରେ ଅର୍ପଣ କରନ୍ତୁ । ଅନ୍ୟ କିଛି ରୁଟିକୁ ଯେକୌଣସି ପଶୁଙ୍କୁ ଖାଇବାକୁ ଦେଇ ତା’ପରେ ବାବାଙ୍କ ନିକଟରେ କରିଥିବା ଭୋଗକୁ ଖାଆନ୍ତୁ । ଆପଣ ଚାହିଁଲେ ସେଥିରେ ଆଉ ରୁଟି ମଧ୍ୟ ମିଶାଇ ଖାଇ ପାରିବେ । ରାତିରେ ଫଳ ଆହରଣ କରିପାରିବେ । ଏପରି ୮ଟି ଗୁରୁବାର କରି ୯ ଗୁରୁବାର ଦିନ ସକାଳର ପୂଜା ସାରିବା ପରେ ରୁଟି ହେଉ ଅଥବା ଅନ୍ନ , ଭଜା , କିଛି ତରକାରି ବନାଇ ଦିନ ୧୨ଟାରେ ବାବାଙ୍କ ନିକଟରେ ଅର୍ପଣ କରି , ପଶୁ କି ପକ୍ଷୀଙ୍କୁ ଦେବା ପରେ କିଛି ଭୋକିଲା ଓ ଅସହାୟ ଲୋକଙ୍କୁ ଦିଅନ୍ତୁ । ଏହି କାର୍ଯ୍ୟ ପରେ ପ୍ରଥମ ଦିନ ଭଳି ଚାମଚରେ ପାଣି ନେଇ ନିଜର ମନୋସ୍କାମନା ପୂରଣ ପାଇଁ ପ୍ରାର୍ଥନା କରି ଚାମଚର ପାଣିକୁ କଳସରେ ଢାଳନ୍ତୁ । ପ୍ରଣାମ କରି ଏବେ ଅର୍ପଣ କରିଥିବା ଭୋଗକୁ ନିଜେ ଆହରଣ କରନ୍ତୁ । ଏହି ସମସ୍ତ ବିଧିର କଥା ୯ ଗୁରୁବାର ବ୍ରତ ବହିରେ ମଧ୍ୟ ଲେଖା ହୋଇଛି । ଏହି ସମସ୍ତ ବିଧି ସହ ଏହି ବ୍ରତକୁ କରିବା ପରେ ନିଜ କାମନା ଅନୁଯାୟୀ ଆଶାନୁରୂପକ ଫଳ ପାଇ ପାରିବେ ।

kalyan agarbati
Leave A Reply